fbpx
BSKY
BJD MS SKY
BJD YOUTH SKY

Core Banking ପ୍ରକ୍ରିୟାରେ ସାମିଲ ହେଲା ରାଜ୍ୟର ୨୦୬୩ଟି PACS: କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଦେଶର ପ୍ରଥମ ରାଜ୍ୟ ହେଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମବାୟ ସେବା କ୍ଷେତ୍ରରେ ରାଜ୍ୟ ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ରାଜ୍ୟର ୨୦୬୩ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)କୁ ୫ଟି ମାଧ୍ୟମରେ କୋର ବ୍ୟାଙ୍କିଂ ସହିତ ଯୋଡ଼ା ଯାଇଛି । ଏହାକୁ ପରିଚାଳନା କରିବା ପାଇଁ ୩୮୪ ଜଣ ବ୍ୟାଙ୍କ ସହାୟକଙ୍କୁ ନିଯୁକ୍ତି ଦିଆଯାଇଛି । ଏମାନେ ୧୫ଟି ଜିଲ୍ଲାର କେନ୍ଦ୍ର ସମବାୟ ବ୍ୟାଙ୍କମାନଙ୍କରେ କାର୍ଯ୍ୟ କରିବେ । ପ୍ୟାକ୍ସକୁ କମ୍ପ୍ୟୁଟରୀକରଣ ସହ କୋର ବ୍ୟାଙ୍କିଂ ପ୍ରକ୍ରିୟାରେ ସଂଯୋଗ କରିବା କ୍ଷେତ୍ରରେ ଓଡ଼ିଶା ଏବେ ଦେଶରେ ପ୍ରଥମ ରାଜ୍ୟର ମାନ୍ୟତା ଲାଭ କରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ଅନଲାଇନରେ ପ୍ୟାକ୍ସର ଡିଜିଟାଲାଇଜେସନ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । ଏଥିସହିତ ବ୍ୟାଙ୍କ ସହାୟକମାନଙ୍କୁ ନିଯୁକ୍ତି ମଧ୍ୟ ଦେଇଥିଲେ । ଏହି ବ୍ୟବସ୍ଥା ଫଳରେ ଏବେ ରାଜ୍ୟର ୨୦୬୩ଟି ପ୍ୟାକ୍ସ କୋର ବ୍ୟାଙ୍କିଂ ଅଧିନକୁ ଚାଲି ଆସିଛି । ଏହି ପଦକ୍ଷେପ ରାଜ୍ୟ ସମବାୟ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ହେବା ସହ ସାରା ଭାରତ ବର୍ଷରେ ପ୍ରଥମ ରାଜ୍ୟର ମାନ୍ୟତା ଲାଭ କରିଛି ଓଡ଼ିଶା ।

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ବ୍ୟବସ୍ଥା ବ୍ୟାଙ୍କିଂ, କ୍ରେଟିଡ ଓ ପରିଚାଳନା କ୍ଷେତ୍ରରେ ନୂଆ ପାରଦର୍ଶିତା ଆଣିବ । ରାଜ୍ୟରେ ଦିଆଯାଉଥିବା ୬୦ ପ୍ରତିଶତ ଶସ୍ୟ ଋଣ ପ୍ୟାକ୍ସ ଓ ସମବାୟ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ । ଧାନ ଓ ଅନ୍ୟ କୃଷି ସାମଗ୍ରୀ ପ୍ୟାକ୍ସ ଜରିଆରେ ସଂଗ୍ରହ କରାଯାଉଛି । ରାଜ୍ୟରେ ସମବାୟ ବ୍ୟବସ୍ଥାକୁ ମଜବୁତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ୟାକ୍ସଗୁଡ଼ିକୁ ନିୟମିତ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ୫ଟି ଉପକ୍ରମର ଆଦର୍ଶକୁ ଅନୁରଣ କରି ସମବାୟ କ୍ଷେତ୍ରର ବିକାଶ କରିବାକୁ ନବ ନିଯୁକ୍ତ ବ୍ୟାଙ୍କ ସହାୟକଙ୍କୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ ।

Get real time updates directly on you device, subscribe now.