fbpx
BSKY
BJD MC SKY
BJD YOUTH SKY

(Video) ଦୁଃଖରେ ପରିଣତ ହେଲା ଖୁସି.. ବିବାହ ସମୟରେ ବରକୁ ଆସିଲା ହାର୍ଟଆଟାକ, ତା’ ପରେ..

ନୂଆଦିଲ୍ଲୀ: ଆଜିକାଲି ହୃଦଘାତ ସହିତ ଜଡିତ ଅନେକ ଭିଡିଓ ସାମ୍ନାକୁ ଆସୁଛି। ଖାଦ୍ୟ ଖାଉବା ସମୟରେ, କୌଣସି ସ୍ଥାନରେ ନାଚୁଥିବା ବେଳେ ଏବଂ ଜିମରେ କୌଣସି ସ୍ଥାନରେ ହୃଦଘାତ ହେତୁ ହଠାତ୍ ଜୀବନ ହରାଉଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ଭିଡିଓ ଭାଇରାଲ ହେବାରେ ଲାଗିଛି। ଗୋଟିଏ ଭାରତରୁ ଏବଂ ଅନ୍ୟଟି ପାକିସ୍ତାନର। ଉଭୟ ମାମଲାରେ ଜଣେ ବ୍ୟକ୍ତି ବସିଥିବା ସମୟରେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି।

ଭାଇରାଲ ହେଉଥିବା ପାକିସ୍ତାନରୁ ଏହି ଭିଡିଓ ସିଆଲକୋଟରେ ଏକ ବିବାହ ବୋଲି କୁହାଯାଉଛି। ଜିଓ ନ୍ୟୁଜ୍ ଅନୁଯାୟୀ ଏହି ଭିଡିଓ ସିଆଲକୋଟର ଦସ୍କା ତହସିଲରୁ ଆସିଛି। ଏହି ଭିଡିଓରେ ବର ଏବଂ କନିଆ ଏକ ସୋଫାରେ ବସିଥିବାର ନଜର ଆସିଛନ୍ତି। ପରିବାର ସଦସ୍ୟ ମଧ୍ୟ ତାଙ୍କ ଚାରିପାଖରେ ବସିଛନ୍ତି। ସେଠାରେ ଏକ ଖୁସି ପରିବେଶ ଦେଖିବାକୁ ମିଳୁଛି ଏବଂ ସମସ୍ତେ ହସୁଛନ୍ତି।ହଠାତ୍ ସେମାନଙ୍କର ସୁଖ ଦୁଃଖରେ ପରିଣତ ହେଉଛି।

ସୋଫାରେ ବସିଥିବା ବର ହଠାତ୍ ଖସିପଡି ଶ୍ୱାସ ବନ୍ଦ କରିଦେଉଛି । ପ୍ରାରମ୍ଭରେ ପରିବାର ସଦସ୍ୟ କିଛି ବୁଝି ପାରୁନାହାନ୍ତି। ତା’ପରେ ସେ ଶୀଘ୍ର ବରକୁ ଉଠାଇ ଯାଞ୍ଚ କରନ୍ତି। ପୋଲିସର ସୂଚନାନୁସାରେ, ହୃଦଘାତ ହେତୁ ବରର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ପରିବାର ସଦସ୍ୟ କହିଛନ୍ତି। ପୋଲିସ କହିଛି ଯେ, ପରିବାର ସଦସ୍ୟ ମଧ୍ୟ କୌଣସି ଅନୁସନ୍ଧାନ କିମ୍ବା ଅଭିଯୋଗକୁ ମନା କରି ଦେଇଛନ୍ତି।

Get real time updates directly on you device, subscribe now.