fbpx

ଓଡ଼ିଶାରୁ ଯାଇ ପଶ୍ଚିମବଙ୍ଗରେ ବାଘ ଚମଡ଼ା ବିକ୍ରି କରୁଥିବା ବେଳେ ୩ ଗିରଫ, ଏମାନଙ୍କ ଜିଲ୍ଲା କେଉଁଠି?

କୋଲକାତା: ଓଡ଼ିଶାରୁ ଯାଇ ପଶ୍ଚିମବଙ୍ଗରେ ବାଘ ଚମଡ଼ା ବିକ୍ରି କରୁଥିବା ବେଳେ ୩ ଜଣ ଗିରଫ ହୋଇଛନ୍ତି। କିନ୍ତୁ ଏହି ଅଭିଯୁକ୍ତ ମାନେ କେଉଁ ଜିଲ୍ଲାର ତାହା ସ୍ପଷ୍ଟ ହୋଇନି। ଗିରଫ ହୋଇଥିବା ୩ ଜଣ ହେଉଛନ୍ତି ବିଶେଶ୍ୱର ବାଗ, ଉପେନ୍ଦ୍ର ବାଗ ଏବଂ ରାଜେନ୍ ନାଗ୍ । ଏହି ୩ ଅଭିଯୁକ୍ତ ଓଡ଼ିଶାରୁ ବାଘ ଚମଡ଼ା ନେଇ ପଶ୍ଚିମବଙ୍ଗ ଯାଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାରୁ ଯାଇ ଏମାନେ ପଶ୍ଚିମବଙ୍ଗରେ ବାଘ ଚମଡ଼ା ବିକ୍ରି କରିବାକୁ ଡିଲ୍‌ କରୁଥିଲେ। କିନ୍ତୁ ଡିଲ୍‌ ଫାଇନାଲ୍‌ ହେବା ପୂର୍ବରୁ ସେମାନଙ୍କୁ ବନ ବିଭାଗ ମାଡ଼ି ବସିଥିଲା। ସେଠାରେ ଅଭିଯୁକ୍ତ ମାନେ ଉକ୍ତ ଚମଡ଼ାକୁ ୧୦ ଲକ୍ଷରେ ବିକ୍ରି କରିବାକୁ ଉଦ୍ୟମ ଚଳାଇଥିଲେ। ମାତ୍ର ଏନେଇ ବନ ବିଭାଗ ଅଧିକାରୀ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଉକ୍ତ ୩ ଅଭିଯୁକ୍ତଙ୍କୁ ଧରିବାକୁ ସ୍ୱତନ୍ତ୍ର ଟିମ୍‌ ହୋଇଥିଲା। ଏହାପରେ ଯୋଜନା ମୁତାବକ ଚଢ଼ାଉ କରାଯାଇ ସମସ୍ତ ୩ ଅଭିଯୁକ୍ତଙ୍କୁ ବନ ବିଭାଗ ବାନ୍ଧିଥିବା ବେଳେ ସେମାନଙ୍କ ନିକଟରୁ ବାଘ ଚମଡ଼ା ଜବତ କରିଛି। ତେବେ ଏହି ଅଭିଯୁକ୍ତମାନେ ବାଘ ଚମଡ଼ା କେଉଁଠୁ ଆଣିଲେ, ତାକୁ ଓଡ଼ିଶା ବାହାରକୁ ନେବାକୁ କିପରି ସମର୍ଥ ହେଲେ ତାହାର ତଦନ୍ତ ଚଳାଇଛି ପୁଲିସ୍‌ ।

 

Get real time updates directly on you device, subscribe now.