fbpx

ପାକିସ୍ତାନରେ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ଧମକ; ଟ୍ୱିଟ୍ଟରରେ ଟ୍ରେଣ୍ଡ କରୁଛନ୍ତି ଓମ୍ ପ୍ରକାଶ ମିଶ୍ର

ନୂଆଦିଲ୍ଲୀ: ଧମକ ମିଳିବା ପରେ ପାକିସ୍ତାନ ଛାଡିଥିଲା ନ୍ୟୁଜିଲାଣ୍ଡ ଦଳ । ଏହି ଘଟଣା ପରେ ପାକିସ୍ତାନ ଛାଡିଥିଲା ନ୍ୟୁଜିଲାଣ୍ଡ ଦଳ । ବୁଧବାର ଏହି ଘଟଣାକୁ ନେଇ ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ଘଟଣାରେ ଭାରତର ସମ୍ପୃକ୍ତି ରହିଥିବା ନେଇ ଚୌଧୁରୀ କହିଛନ୍ତି । ପାକିସ୍ତାନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଚୌଧୁରୀ କହିଛନ୍ତି, ଏହି ଇମେଲ ପଛରେ ଭାରତର ହାତ ରହିଛି । ଭିପିଏନରେ ସିଙ୍ଗାପୁରର ଆଇପି ଆଡ୍ରେସ ଦେଖାଉଥିଲେ ମଧ୍ୟ ଏହା ପଛରେ ଭାରତର ହାତ ରହିଛି ବୋଲି କହିଛନ୍ତି ଫୱାଦ ।

ଫୱାଦଙ୍କ ମତାମତ ପରେ ଟ୍ୱିଟ୍ଟରରେ ଟ୍ରେଣ୍ଡ କରିଛନ୍ତି ଓମ ପ୍ରକାଶ ମିଶ୍ର । ରାପର ଓମ ପ୍ରକାଶ ମିଶ୍ରଙ୍କୁ ନେଇ ଏକାଧିକ ଟ୍ୱିଟ ଆସିବା ସହିତ ସେ ଟ୍ୱିଟ୍ଟରରେ ଟ୍ରେଣ୍ଡ କରିଛନ୍ତି । କିଛି ବ୍ୟବହାରକାରୀ ଓମ୍ ପ୍ରକାଶଙ୍କୁ ‘ର’ ଏଜେଣ୍ଟ ବୋଲି କହିଛନ୍ତି ।

Get real time updates directly on you device, subscribe now.