fbpx

ଟସ୍ ଜିତି ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି; DCକୁ ଫେରିଲେ ଆୟାର ଓ ଅଶ୍ୱିନ

ନୂଆଦିଲ୍ଲୀ: ଦୁବାଇରେ ଖେଳାଯାଉଥିବା ବୁଧବାରର ଆଇପିଏଲ ମୁକାବିଲାରେ ପରସ୍ପରକୁ ଭେଟିଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ । ୭ ଜଣ ଖେଳାଳି ଆଇସୋଲେସନରେ ରହିବା ପରେ ମଧ୍ୟ ହାଇଦ୍ରାବାଦ ପଡିଆକୁ ଓହ୍ଲାଇଥିବା ବେଳେ ଦିଲ୍ଲୀ ଦଳକୁ ଫେରିଛନ୍ତି ଶ୍ରେୟସ ଆୟାର ଏବଂ ରବିଚନ୍ଦ୍ରନ ଅଶ୍ୱିନ । ଏହି ମ୍ୟାଚରେ ବିଜୟ ସହିତ ଦିଲ୍ଳୀ ଟପ ସ୍ପଟ ଲକ୍ଷ୍ୟ ରଖିଥିବା ବେଳେ ସମ୍ମାନ ବଞ୍ଚାଇବା ପାଇଁ ହାଇଦ୍ରାବାଦ ଏହି ମ୍ୟାଚରେ ବିଜୟ ହାସଲର ଉଦ୍ୟମ କରିବ ।

ଦିଲ୍ଳୀ ଦଳରେ ଆନିର୍କ ନର୍ଜେ, କାଗିସୋ ରବାଡା, ମାର୍କସ ଷ୍ଟୋଇନିସ ଏବଂ ସିମରନ ହିଟମେୟରଙ୍କୁ ସାମିଲ କରାଯାଇଛି । ଅଧିନାୟକ କେନ ୱିଲିୟମସନ୍, ଜାସନ ହୋଲ୍ଡର, ରଶିଦ୍ ଖାନ ଏବଂ ଡେଭିଡ ୱାର୍ଣ୍ଣର ହାଇଦ୍ରାବାଦ ଦଳରେ ବିଦେଶୀ ଖେଳାଳି ରହିଛନ୍ତି । ଏହି ପିଚଟି ପେସ ଅନୂକୂଳ ହେବା ନେଇ ପୂର୍ବାନୂମାନ ଲଗାଇଛନ୍ତି କ୍ୟୁରେଟର ।

Get real time updates directly on you device, subscribe now.