fbpx

ପାକ୍ ସାଂସଦ ଲିୟାକତ ହୁସୈନଙ୍କ ମୃତ୍ୟୁ, ତୃତୀୟ ବିବାହକୁ ନେଇ ଥିଲେ ଚର୍ଚ୍ଚାରେ

Advertisement

ପାକିସ୍ତାନୀ ସାଂସଦ ଡା.ଆମୀର ଲିୟାକତ ହସୈନଙ୍କ କରାଚୀରେ ମୃତ୍ୟୁ ହୋଇଛି । ସେ ରହୁଥିବା ଆପର୍ଟମେଣ୍ଟରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହାପରେ ତାଙ୍କୁ ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ, ଡାକ୍ତର ଲିୟାକତ ପାକିସ୍ତା ତେହେରିକ-ଏ-ଇନ୍ସାଫ(ପିଟିଆଇ)ର ପୂର୍ବତନ ସଦସ୍ୟ ଥିଲେ ଏବଂ ଏବେ ନାସନାଲ ଆସେମ୍ବଲିରେ ସାଂସଦ ଥିଲେ । ସେ ପୂର୍ବରୁ ଟିଭି ହୋଷ୍ଟ ଭାବରେ ମଧ୍ୟ କାମ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା । କୁହାଯାଉଛି ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ।

ଆମିର ଲିୟାକତଙ୍କ ଜନ୍ମ ୧୯୭୨ ମସିହାରେ କରାଚୀରେ ହୋଇଥିଲା । ସେ ତିନି ବିବାହ କରିଥିଲେ, ଦ୍ୱିତୀୟ ପତ୍ନୀ ତୋବା ଅନବରଙ୍କୁ ୨୦୧୮ରେ ବିବାହ କରିଥିଲେ । ତାଙ୍କଠାରୁ ବିବାହ ବିଚ୍ଛେଦ ପରେ ୨୦୨୨ ରେ ଦାନିଆ ଶାହଙ୍କୁ ବିବାହ କରିଥିଲେ, ଆଉ ଏହି ବିବାହକୁ ନେଇ ଖୁବ୍ ଚର୍ଚ୍ଚାରେ ଥିଲେ ।

ଦାନିଆ ତାଙ୍କ ଉପରେ ମାରପିଟ୍ ଠାରୁ ଆରମ୍ଭ କରି ବନ୍ଦୀ କରି ରଖିବା ଏବଂ ଜବରଦସ୍ତି ନ୍ୟୁଡ୍ ଭିଡିଓ ସୁଟ୍ କରିବା ଭଳି ଅଭିଯୋଗ ଆଣିଥିଲେ । ଦାନିଆ ଲିୟାକତଙ୍କ ଠାରୁ କୋର୍ଟରେ ମାମଲା ଦାୟର କରିଥିଲେ ।

Get real time updates directly on you device, subscribe now.