fbpx

ମଇଁଷି ସହ ଇଣ୍ଟରଭ୍ୟୁ, ପାକିସ୍ତାନୀ ରିପୋର୍ଟରଙ୍କ କାରନାମାରେ ହସିବେ ଆପଣ

ନୂଆଦିଲ୍ଲୀ: ପାକିସ୍ତାନୀ ମିଡିଆର କାରନାମା ବିଷୟରେ କାହାକୁ ଅଛପା ନାହିଁ । ନିଜର ଅଦ୍ଭୁତ କାରନାମା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ ପାକିସ୍ତାନ ମିଡିଆ । ଏବେ ପୁଣି ଥରେ ଏକ ଭିଡିଓକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ପାକିସ୍ତାନୀ ପତ୍ରକାର ହଫିଜ । ଗଧର ଇଣ୍ଟରଭ୍ୟୁ ନେଇଥିବା ହଫିଜ ଏଥର ଏକ ମଇଁଷିର ଇଣ୍ଟରଭ୍ୟୁ ନେଇଛନ୍ତି । ମଜା କଥା ହେଉଛି ମଇଁଷି ମଧ୍ୟ ପ୍ରଶ୍ନର ଉତ୍ତର ଦେଉଛି ।

ଭିଡିଓରେ ପାକିସ୍ତାନୀ ରିପୋର୍ଟରେ ମଇଁଷିକୁ ଲାହୋର କିଭଳି ଲାଗିଲା ? ଏବଂ ଏଠାକାର ଖାଦ୍ୟ କିଭଳି ଲାଗିଲା ବୋଲି ପ୍ରଶ୍ନ ପଚାରୁଛନ୍ତି ଏବଂ ଦୁଇ ଥରଯାକ ମଇଁଷି ‘ହମା’ରେ ଏହାର ଉତ୍ତର କହି ଦେଉଛି । ଆଉ ଏହାକୁ ଦେଖି ଖୁବ ଖୁସି ହେଉଛନ୍ତି ପାକିସ୍ତାନୀ ରିପୋର୍ଟର ହଫିଜ । ତେବେ ଏହି ଭିଡିଓକୁ ଦେଖି ଲୋକ ଖୁବ୍ ମଜା ନେଉଛନ୍ତି ।

Get real time updates directly on you device, subscribe now.