fbpx

ଅଗଷ୍ଟ ୨୩ରୁ କମନ୍ ପିଜି ଏଣ୍ଟ୍ରାନ୍ସ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ବିଭିନ୍ନ ପରୀକ୍ଷା ଏବଂ ରେଜଲ୍ଟ ତାରିଖ ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ଅଗଷ୍ଟ ୧୯ ସୁଦ୍ଧା ସମସ୍ତ ୟୁଜି ଫାଇନାଲ ସେମିଷ୍ଟାର ପରୀକ୍ଷା ଶେଷ ହେବ । ସେପ୍ଟେମ୍ବର ୨୭ ସୁଦ୍ଧା ସମସ୍ତ ୟୁଜି ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବ । ଏହା ସହ ରାଜ୍ୟରେ ଅଗଷ୍ଟ ୨୩ରୁ ସେପ୍ଟମ୍ବର ୧ ମଧ୍ୟରେ କମନ ପିଜି ଏଣ୍ଟ୍ରାନ୍ସ ହେବ । ଅକ୍ଟୋବର ୧୫ରୁ ପିଜି କମନ ଆଡମିଶନ ହେବ ।

ସେହିପରି ପିଜିରେ ନାମଲେଖା ହେବା ପରେ ଶେଷ ସେମିଷ୍ଟାର ପରୀକ୍ଷା ଅଗଷ୍ଟ ୩୧ ସୁଦ୍ଧା ଶେଷ ହେବ । ସେପ୍ଟେମ୍ବର ୨୦ ସୁଦ୍ଧା ପ୍ରକାଶ ପାଇବ ପିଜି ଫାଇନାଲ ସେମିଷ୍ଟାର ରେଜଲ୍ଟ । ଆଜି ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ବୈଠକ ପରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଜାନୁଆରୀ ୧, ୨୦୨୨ ସୁଦ୍ଧା ସବୁ ବିଶ୍ୱବିଦ୍ୟାଳୟରେ ଇ-ଅଫିସ୍ ସ୍ଥାପନ ପାଇଁ ସମସ୍ତ କର୍ମଚାରୀଙ୍କୁ ଟ୍ରେନ୍ କରାଯାଉଛି ବୋଲି ଅରୁଣ କହିଛନ୍ତି ।

Get real time updates directly on you device, subscribe now.