fbpx

DLSରେ ଜିତିଲା ପାକିସ୍ତାନ, ଏତିକି ରନରେ ହାରିଲା ନ୍ୟୁଜିଲାଣ୍ଡ

Advertisement

ବେଙ୍ଗାଲୁରୁ: ବିଶ୍ୱକପ୍ କ୍ରିକେଟରେ ପାକିସ୍ତାନ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି । DLSମେଥଡରେ ନ୍ୟୁଜିଲାଣ୍ଡକୁ ୨୧ ରନରେ ପାକିସ୍ତାନ ହରାଇଛି । ୨୫.୩ ଓଭରରେ ଗୋଟିଏ ୱିକେଟରେ ୨୦୦ ରନ କରି ଜିତିଲା ପାକିସ୍ତାନ । ତେବେ ଅଷ୍ଟମ ମ୍ୟାଚରେ ଚତୁର୍ଥ ବିଜୟ ସହ ସେମି ଆଶା ଉଜ୍ଜୀବିତ କରିଛି । ଅନ୍ୟପଟେ ୬ ୱିକେଟରେ ୪୦୧ ରନର ବିଶାଳ ସ୍କୋର ସତ୍ତ୍ୱେ ନ୍ୟୁଜିଲାଣ୍ଡ ହାରିଯାଇଛି । ଏବେ ଅନ୍ତିମ ମ୍ୟାଚ ରେଜଲ୍ଟ ଉପରେ ଉଭୟ ପାକିସ୍ତାନ ଓ ନ୍ୟୁଜିଲାଣ୍ଡର ଭାଗ୍ୟ ନିର୍ଦ୍ଦାରିତ ହେବ ।

ଚଳିତ ବିଶ୍ୱକପରେ ଆଜି ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ କଡ଼ା ମୁକାବିଲା ଚାଲିଥିଲା । ଉଭୟ ଟିମ୍ ୭ଟି ଲେଖାଏଁ ମ୍ୟାଚ ଖେଳିଥିବା ବେଳେ ନ୍ୟୁଜିଲାଣ୍ଡ ୮ ପଏଣ୍ଟ ଓ ପାକିସ୍ତାନ ୬ ପଏଣ୍ଟ ହାସଲ କରିଥିଲା । ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ୮ ପଏଣ୍ଟ ଲେଖାଏଁ ଜିତି ସେମିଫାଇନାଲ ରେସରେ ରହିଥିଲେ । ତେଣୁ ଏଭଳି ସ୍ଥିତିରେ ଆଜିର ମ୍ୟାଚ ଜିତିବା ଉଭୟ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡିଥିଲା ।

ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୪୦୨ ରନର ଟାର୍ଗେଟ ଦେଇଥିବା ବେଳେ ପାକିସ୍ତାନ ୨୬ ଓଭରରେ ୧ ୱିକେଟ ହରାଇ ୨୦୦ ରନ ସଂଗ୍ରହ କରି ମଜବୁତ ସ୍ଥିତିରେ ରହିଥିଲା । କିନ୍ତୁ ନ୍ୟୁଜିଲାଣ୍ଡ ବିଶାଳ ସ୍କୋର ସତ୍ତ୍ୱେ ପାକିସ୍ତାନ ଠାରୁ ହାରିଯାଇଛି ।

Get real time updates directly on you device, subscribe now.