fbpx

(Video) ପାକିସ୍ତାନୀ ରିପୋର୍ଟର ବାଇଟ ନେବା ବେଳେ ଜଣେ ଯୁବକଙ୍କୁ ପକାଇଲେ ଏପରି ଚାପୁଡା, ଭିଡିଓ ଭାଇରାଲ

ଇସଲାମାବାଦ: ଯେକୌଣସି ଦେଶର ମିଡିଆର କାମ ହେଉଛି ସେ ସମାଜରେ ଥିବା ସମସ୍ୟାକୁ ସମସ୍ତଙ୍କ ସମ୍ମୁଖକୁ ଆଣିବା ଏବଂ ତାକୁ ନେଇ ଚର୍ଚ୍ଚା କରିବା । ତେବେ ଅନେକ ରିପୋର୍ଟରମାନେ ଭିନ୍ନ ଭିନ୍ନ ଅଞ୍ଚଳକୁ ଯାଇ ଗ୍ରାଉଣ୍ଡ ରିପୋର୍ଟିଂ କରିଥାଆନ୍ତି । ତେବେ ଏହି ସମୟରେ ପାକିସ୍ତାନରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଲୋକେ ହସିବାକୁ ଲାଗିଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ, ଜଣେ ରିପୋର୍ଟର ମହିଳା ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ କଥାବର୍ତ୍ତା ହେଉଛନ୍ତି । ସେହି ସମୟରେ ଅନ୍ୟଜଣେ ବ୍ୟକ୍ତି ବାଇଟ ନିଆଯାଉଥିବା ବ୍ୟକ୍ତିଙ୍କ ପଛପଟୁ ବାହାରକୁ ଆସି ତାଙ୍କ ସାମ୍ନାକୁ ଆସବାକୁ ଚେଷ୍ଟା କରୁଛି । ସେହି ସମୟରେ ମହିଳା ରିପୋର୍ଟର ଜଣକ ରାଗିଯାଇ ତାଙ୍କୁ ଏକ ଚାପୁଡା ପକାଇଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓକୁ ଇନଷ୍ଟାଗ୍ରାମ entertainment_facility_  ନାମକ ଏକ ପେଜରେ ସେୟାର କରାଯାଇଛି । ଭିଡିଓ ସହ କ୍ୟାପସନରେ ଲେଖାଯାଇଛି ଯେ, ବିଚରା ଶୁଣୁ ହିଁ ଥିଲା । ଏହି ଭିଡିଓକୁ ୭୮ ହଜାର ଉପରେ ଲାଇକ ମିଳିଛି । ଭିଡିଓ ଦେଖିବା ପରେ ଜଣେ ୟୁଜର ଲଖିଛନ୍ତି, ଯଦି ମୁଁ ହେଇଥାଆନ୍ତି ତେବେ ଛାଡିନଥାଆନ୍ତି । ଏପରି ଅନେକ ଲୋକେ ଏହାକୁ ନେଇ ଅନେକ ମନ୍ତବ୍ୟ ଦେଇଛନ୍ତି ।

 

View this post on Instagram

 

A post shared by BUNNY (@entertainment_facility_)

Get real time updates directly on you device, subscribe now.