fbpx

ପାକିସ୍ତାନୀ ସାଂସଦଙ୍କ ବେଡରୁମ୍ ଭିଡିଓ ଲିକ୍: ଦୁଃଖରେ ଜର୍ଜରିତ ହୋଇ ଦେଶ ଛାଡ଼ିବାକୁ କଲେ ଘୋଷଣା କଲେ

ନୂଆଦିଲ୍ଲୀ: ପାକିସ୍ତାନରୁ ଏକ ବଡ଼ ଖବର ଆସିଛି । ନିଜର ପ୍ରାଇଭେଟ୍ ଭିଡିଓ ଲିକ୍ ହେବା ପରେ ଜଣେ ସାଂସଦ ଦେଶ ଛାଡ଼ିବାକୁ ଘୋଷଣା କରିଛନ୍ତି । ଅଲବିଦା ପାକିସ୍ତାନ କହି ସାଂସଦ ଜଣଙ୍କ ସୋସିଆଲ ମିଡ଼ିଆରେ ପୋଷ୍ଟ ଶେୟାର କରିଛନ୍ତି । ତେବେ କିଛି ଲୋକ ତାଙ୍କର ଏହି ନିଷ୍ପତ୍ତିକୁ ନେଇ ଖୁସିବ୍ୟକ୍ତ କରିଛନ୍ତି । ତେବେ ଏହି ଘଟଣା ପରେ ‘ଡୋଣ୍ଟ ଗୋ ଆସିଫ ଭାଇ ଟ୍ରେଣ୍ଡ’ ଦେଖିବାକୁ ମିଳିଛି ।

ଭିଡିଓ ଲିକ୍ ହୋଇଥିବା ସାଂସଦ ଜଣଙ୍କ ହେଉଛନ୍ତି ଟିଭି ହୋଷ୍ଟ ଆମିର ଲିୟାକତ ହୁସେନ । ହୁସେନ ଇନଷ୍ଟାଗ୍ରାମରେ ଏକ ଘଣ୍ଟା ଅବଧିର ଏକ ଭିଡିଓ ଶେୟାର କରିଛନ୍ତି । ଭିଡିଓରେ ସେ କାନ୍ଦୁଥିବା ଦେଖାଯାଉଥିବା ବେଳେ ତାଙ୍କର ବ୍ୟକ୍ତିଗତ ଜୀବନର କିଛି ତଥ୍ୟ ଶେୟାର କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, ମୋର ଭିଡିଓ ୟୁଟ୍ୟୁବରେ ଭାଇରାଲ ହୋଇଥିଲେ ମଧ୍ୟ ତାହାକୁ ହଟାଇବାକୁ କେହି ଚାହିଁନଥିଲେ । ମୁଁ ଯାହାକୁ ଦୁଃଖ ଦେଇଛି, ସେମାନେ ମୋତେ କ୍ଷମା କରିଦେବେ । ମୋ ପ୍ରତି ଦୟାଭାବ ପ୍ରଦର୍ଶନ କରିଥିବା ଲୋକଙ୍କର ଋଣ ମୁଁ ପରିଶୋଧ କରିଦେବି ।

ସେ ପୁଣି ଲେଖିଥିଲେ, ମୁଁ ପାକିସ୍ତାନରୁ ଚାଲି ଯାଉଛି । କାରଣ ଏହି ଦେଶ ମୋ ପାଇଁ ରହିବା ଯୋଗ୍ୟ ହୋଇ ରହିନାହିଁ । ଏଠାକାର ପରିବେଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ମୋ ଉପରେ ଅଙ୍ଗୁଳି ଉଠାଯାଉଛି, ମିମ ବନାଯାଉଛି । ମୋତେ ଏହି ଘଟଣା ବହୁତ ବାଧିଥିଲେ ହେଁ ମୁଁ ହସ ହସ ମୁହଁରେ ତାହାକୁ ଏଡ଼ାଇ ଦେଇଛି । ମୁଁ ଥରେ ପାକିସ୍ତାନ ଛାଡ଼ି ଚାଲିଯିବା ପରେ ଆଉ ପୁନର୍ବାର ଫେରିବି ନାହିଁ । ସୂଚନାଯୋଗ୍ୟ ଯେ, ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଭିଡିଓରେ ହୁସେନ ଆପତ୍ତିଜନକ ଅବସ୍ଥାରେ ରହିବା ସହ ତାଙ୍କ ବେଡରେ ଡ୍ରଗସ ଥିବା ଜଣାପଡ଼ିଥିଲା ।

Get real time updates directly on you device, subscribe now.