fbpx

ପାକରେ ସୀମା ଟପିଲା ଯୌନ ଉତ୍ପୀଡ଼ନ: ଦେହ ଭୋକ ମେଣ୍ଟାଇବାକୁ ଯାଇ ୫ ଅଭିଯୁକ୍ତ କଲେ ଛେଳିର ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନ ମାମଲାର ସୀମା ପାର୍ କରିବାରେ ଲାଗିଛି ପାକିସ୍ତାନ । ଖାଲି ମହିଳା ନୁହନ୍ତି ଏବେ ଜୀବଜନ୍ତୁ ବି ଯୌନ ଉତ୍ପୀଡ଼ନର ଶିକାର ହେବାରେ ଲାଗିଛି । କେହି ବି ପାକିସ୍ତାନରେ ଏବେ ସୁରକ୍ଷିତ ନୁହନ୍ତି । ଏପରି କହିବାର କାରଣ ହେଲା ପାକିସ୍ତାନର ଓକାରାରେ ପୁଲିସ୍ ଏକ ମାମଲା ରୁଜୁ କରିଛି ଯେଉଁଥିରେ ଗୋଟିଏ ଛେଳିକୁ ଗଣଦୁଷ୍କର୍ମ କରାଯାଇଛି । ଏହି ମାମଲାରେ ୫ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ଜଣାପଡ଼ିଛି । ଏହି ଖରବ ସାମନାକୁ ଆସିବା ପରେ ପାକିସ୍ତାନକୁ ଏବେ ସବୁଆଡ଼ୁ ନିନ୍ଦା କରାଯାଉଛି ।

ସୂଚନା ଅନୁସାରେ, ପାଞ୍ଚ ଜଣ ଅଭିଯୁକ୍ତ ଗୋଟିଏ ଛେଳିକୁ ଜମିକୁ ନେଇ ଆଉ ସେଠାରେ ତା ସହିତ ଗଣଦୁଷ୍କର୍ମ କଲେ ଏବଂ ପରେ ମାରିଦେଲେ । ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଦୁଷ୍କର୍ମ ପରେ ଅଭିଯୁକ୍ତ ମାନେ ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ଆକ୍ରୋଶ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଉପରକୁ ଏବେ ଆଙ୍ଗୁଠି ଉଠାଯାଇଛି ।

ସୋସିଆଲ୍ ମିଡିଆରେ ପିଏମ୍ ଇମ୍ରାନ୍ ଖାନ୍ ଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରାଯାଇଛି ଯେ, “କଣ ଏବେ ଛେଳି କୁ ବି ନିଜର ବ୍ୟବହାର ବଦଳାଇବାକୁ ପଡ଼ିବ?” । ପାକିସ୍ତାନୀ ଅଭିନେତ୍ରୀ ମଥିରା ନିଜର ଇନଷ୍ଟାଗ୍ରାମରେ ଛେଳି ଗଣଦୁଷ୍କର୍ମ ମାମଲାକୁ ନେଇ ଲେଖିଛନ୍ତି ଯେ, ଏବେ ପଶୁ ମାନଙ୍କୁ ବି ବୁର୍ଖା ପିନ୍ଧିବା ଦରକାର ।

ସେହିପରି ,ଆଉ ଜଣେ ୟୁଜର୍ ଟୁଇଟର୍ ରେ ଲେଖିଛନ୍ତି ଯେ, “କଣ ନଗ୍ନ ପଶୁ ମାନଙ୍କର ବି ପୁରୁଷ ମାନଙ୍କ ଉପରେ ପ୍ରଭାବ ପଡ଼େ? ଏବେ ହ୍ୟାଣ୍ଡସମ୍ ପିଏମ୍ ଛେଳି ମାନଙ୍କୁ ଘୋଡ଼େଇ ରହିବାକୁ କହିବେ କାରଣ କିଛି ଲୋକ ଉତ୍ତେଜିତ ହୋଇଗଲେ କାହିଁକି ନା ସେମାନେ ରୋବଟ୍ ନୁହଁନ୍ତି” ।

ସୂଚନାଯୋଗ୍ୟ, ଗତ ମାସରେ ଏଚବିଓ ସହ ଏକ ସାକ୍ଷାତକାର ସମୟରେ ଇମ୍ରାନ୍ କହିଥିଲେ ଯେ, “ଯଦି ମହିଳା ମାନେ ଛୋଟ ଡ୍ରେସ୍ ପିନ୍ଧନ୍ତି ତେବେ ତାର ପ୍ରଭାବ ପୁରୁଷଙ୍କ ଉପରେ ପଡ଼ିଥାଏ, ଏହା ସେତେବେଳେ ଅଟକିବ ଯେତେବେଳେ ସେମାନେ ରୋବଟ୍ ହେବେ । ମୋ କହିବାର ଅର୍ଥ ହେଲା ଏହା ହେଉଛି ସାଧାରଣ ଜ୍ଞାନ” ।

 

Get real time updates directly on you device, subscribe now.