fbpx

ଯେଉଁମାନଙ୍କ ହାତର ରଙ୍ଗ ଏପରି ସେମାନେ ସବୁଠାରୁ ଲକି, ଚମକି ଉଠେ ଭାଗ୍ୟ

ଓଡ଼ିଶା ଭାଷ୍କର: ହସ୍ତରେଖା ଶାସ୍ତ୍ର ମୁତାବକ ହାତ ରଙ୍ଗର ବିଶେଷ ମହତ୍ତ୍ୱ ରହିଛି । ହାତ ରଙ୍ଗରୁ ମଧ୍ୟ ଭବିଷ୍ୟତ ବିଷୟରେ ବହୁତ କିଛି ଜାଣି ହୁଏ । ଏପରି ମାନ୍ୟତା ରହିଛି ଯେ, ସମସ୍ତ ଗ୍ରହ ଏବଂ ଗ୍ରହମାନଙ୍କ ରେଖା ହସ୍ତରେଖାରେ ଆସିଥାଏ । ହାତ ରଙ୍ଗରୁ ବ୍ୟକ୍ତିର ସ୍ୱଭାବ, ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସ୍ଥିତି ବିଷୟରେ ସହଜରେ ଜାଣି ହୁଏ । ହାତର ପ୍ରକୃତ ରଙ୍ଗକୁ ଦେଖିବା ପାଇଁ ସକାଳ ସମୟ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ଆସନ୍ତୁ ଜ୍ୟେତିର୍ବିଦ ଶୈଳେନ୍ଦ୍ର ପାଣ୍ଡେୟଙ୍କଠାରୁ ଜାଣିବା ହାତର ରଙ୍ଗ କଣ ପ୍ରତିଫଳିତ କରିଥାଏ ।

ଲାଲ ରଙ୍ଗର ହାତ: ମଙ୍ଗଳ ପ୍ରଧାନ ଲୋକଙ୍କ ହାତ ଲାଲ ରଙ୍ଗର ହୋଇଥାଏ । ଏପରି ଲୋକ ଅଳ୍ପ ରାଗି ଅଟନ୍ତି । ଯଦି ଏମାନଙ୍କ ଆଙ୍ଗୁଠି ଛୋଟ ତେବେ ଏପରି ଲୋକେ ହିଂସ୍ର ମଧ୍ୟ ହୋଇଥାନ୍ତି । ନାଲି ହାତର ଲୋକେ ନିଜ ଖାଦ୍ୟ-ପାନୀୟ ଏବଂ ବାହନ ଚଳାଇବାରେ ସାବଧାନ ରଖିବା ଆବଶ୍ୟକ ।

କଳା ରଙ୍ଗର ହାତ: ଯଦି ଶନି ଏବଂ ରାହୁ ଜୀବନରେ ନକାରାତ୍ମକ ହୁଅନ୍ତି, ସେତେବେଳେ ହାତ କଳାପଣ ଆସିଥାଏ । ଏହା ଜୀବନରେ ଆଧ୍ୟାତ୍ମିକ ସଂଘର୍ଷ ଏବଂ ଉଥାନ-ପତନ ବିଷୟରେ କହିଥାଏ । ଏପରି ଲୋକେ କଠିନ ପରିଶ୍ରମ କରିଥାନ୍ତି । ଯେଉଁ କାରଣରୁ ଏମାନଙ୍କୁ ସଫଳତା ମିଳିଥାଏ ।

ଗୋଲାପୀ ରଙ୍ଗର ହାତ: ଗୋଲାପୀ ରଙ୍ଗର ହାତକୁ ସର୍ବଶ୍ରେଷ୍ଠ କୁହାଯାଏ । ଯେପରି ବ୍ୟକ୍ତ ଜୀବନରେ ଉନ୍ନତି କରିଥାଏ ସେମାନଙ୍କ ହାର ସେପରି ଗୋଲାପୀ ହୋଇଯାଏ । ତେବେ ଯେଉଁମାନଙ୍କ ହାତ ଆରମ୍ଭରୁ ଗୋଲାପୀ, ଏପରି ଲୋକେ ଜନ୍ମରୁ ଅର୍ଥ କ୍ଷେତ୍ରରେ ସମୃଦ୍ଧ ହୋଇଥାନ୍ତି ।

Get real time updates directly on you device, subscribe now.