fbpx
BSKY
BJD SHG SKY
BJD YOUTH SKY

ପଞ୍ଚାୟତ ନିର୍ବାଚନ: ସକାଳ ୮ଟାରୁ ହେବ ଭୋଟ୍ ଗଣତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଶେଷ ହୋଇଛି । ଏହା ପରେ ୨୬ ଫେବ୍ରୁଆରୀ ବା ଆସନ୍ତାକାଲିଠାରୁ ହେବ ଭୋଟ୍ ଗଣତି । ଏନେଇ ଆଜି ପ୍ରେସମିଟରେ ଭୋଟ ଗଣତିକୁ ନେଇ ସୂଚନା ଦେଇଛନ୍ତିି ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବୀନ୍ଦ୍ର ସାହୁ । ତାଙ୍କ କହିବା ମୁତାବକ, ‘ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । ପ୍ରତି ରାଉଣ୍ଡ ଗଣତି ସରିବା ପରେ ଫଳାଫଳ ଘୋଷଣା କରାଯିବ । କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଭୋଟ ଗଣତିର ବ୍ୟବସ୍ଥା କରାଯାଇଛି ।’

ତେବେ ଶାନ୍ତି ଶୃଙ୍ଖଳାର ସହ ରାଜ୍ୟରେ ଶେଷ ହୋଇଛି ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଶେଷ ପର୍ଯ୍ୟାୟରେ ୨୫ ଜିଲ୍ଲାରେ ୪୮ଟି ବ୍ଲକର ୧୩୧ ଜିଲ୍ଲାପରିଷଦ ଜୋନରେ ଭୋଟଗ୍ରହଣ ହୋଇଛି । ୯୭୫ ଗ୍ରାମ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ହୋଇଛି ମତଦାନ । ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ୧୩ ହଜାର ୫୧୪ଟି ବୁଥରୁ ୨ହଜାର ୨୭ଟି ବୁଥ ସମ୍ବେଦନଶୀଳ ବୁଥ ଥିଲା ।

Get real time updates directly on you device, subscribe now.