fbpx

କେଉଁ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ? ଆରମ୍ଭ ହେଲା ପଞ୍ଚାୟତ ଭୋଟ ଗଣତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦର ଭୋଟ ଗଣତି ହେବ । ରାଜ୍ୟର ସମସ୍ତ ୩୧୪ ବ୍ଲକରେ ଭୋଟ ଗଣତି ବ୍ୟବସ୍ଥା ହୋଇଛି । ପ୍ରତି ପଞ୍ଚାୟତ ପାଇଁ ଗଣତି ସକାଶେ ଗୋଟିଏ ଟେବୁଲର ବ୍ୟବସ୍ଥା କରାଯାଇଛି । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର ଦାୟିତ୍ୱରେ ଅଛନ୍ତି । ପ୍ରତି ଟେବୁଲରେ ୨ ଜଣ ଲେଖାଏଁ କାଉଣ୍ଟିଂ ଆସିଷ୍ଟାଣ୍ଟ ରହିଛନ୍ତି । ସେମାନଙ୍କ ସହାୟତା ପାଇଁ ଚତୁର୍ଥଶ୍ରେଣୀ କର୍ମଚାରୀ ମଧ୍ୟ ଅଛନ୍ତି । ରଙ୍ଗ ଅନୁସାରେ ବାଲଟ ପେପର ସର୍ଟିଂ ପରେ ଗଣତି ଚାଲିବ ।

ପ୍ରଥମେ ୱାର୍ଡମେମ୍ବର ପ୍ରାର୍ଥୀଙ୍କ ଭୋଟ ଗଣନା କରାଯିବ । ପରେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ଭୋଟ୍ ଗଣନା କରାଯିବ । ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ୍ ଗଣନା ହେବ । ତେବେ କେବଳ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ୨ଟି ଜୋନ୍‌ର ଗଣତି ହେବ । ୩ ଦିନ ଧରି ଏହି ଗଣତି ପ୍ରକ୍ରିୟା ଚାଲୁ ରହିବ । ଅର୍ଥାତ୍‌ ୨୮ ତାରିଖରେ ଏହା ଶେଷ ହେବ ।

Get real time updates directly on you device, subscribe now.