fbpx
BJD SKY
BJD SKY

ଆଜି ତୃତୀୟ ପର୍ଯ୍ୟାୟ ଭୋଟ୍‌, ୧୮୪୯୫ ବୁଥ୍‌ରେ ମତଦାନ କରିବେ ୫୬.୫୩ ଲକ୍ଷ ଭୋଟର

BJD

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆଜି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ପର୍ଯ୍ୟାୟରେ ୨୯ଟି ଜିଲ୍ଲାର ୬୩ଟି ବ୍ଲକର ୧୭୧ଟି ଜିଲ୍ଲା ପରିଷଦ ଆସନ, ୧୩୮୨ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦବୀ ନିମନ୍ତେ ମତଦାନ ଅନୁଷ୍ଠିତ ହେବ । ୫୬.୫୩ ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ୧୮୪୯୫ ବୁଥ୍‌ ସ୍ଥାପନ କରାଯାଇଥିବା ବେଳେ ସେଥିମଧ୍ୟରୁ ୨୭୭୩ଟି ବୁଥ୍‌ ଉତ୍ତେଜନା ପ୍ରବଣ ଚିହ୍ନଟ ହୋଇଛି ।

ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ କେବଳ ଝାରସୁଗୁଡ଼ା ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ଏହି ମତଦାନ ପ୍ରକ୍ରିୟା ଚାଲିବ । ୧୭୧ଟି ଜିଲ୍ଲା ପରିଷଦ ଆସନ ପାଇଁ ମୋଟ ୬୭୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମତଦାନ ପାଇଁ ପୋଲିଂ ପାର୍ଟି ବୁଥ୍‌ ଗୁଡ଼ିକରେ ପହଞ୍ଚି ସାରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଦୁଇଟି ପର୍ଯ୍ୟାୟ ମତଦାନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଓ ହିଂସାକାଣ୍ଡ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା । ଯଦିଓ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ କୌଣସି ପ୍ରକାରର ହିଂସା ଓ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନାହିଁ ବୋଲି ଆଶ୍ୱାସନା ଦେଇଛନ୍ତି ତଥାପି ବହୁ ସ୍ଥାନରେ ଦୁର୍ବୃତ୍ତମାନେ ହିଂସାକାଣ୍ଡ ଭିଆଇବାରେ ଲାଗିଛନ୍ତି । ଅନେକ ସ୍ଥାନରେ ବୁଥ୍‌ ରିଗିଂ ସହ ଭୋଟରଙ୍କୁ ପ୍ରଭାବିତ ଓ ଭୟଭୀତ କରି ମତଦାନ କରାଯାଉଥିବା ଅଭିଯୋଗ ହୋଇଛି । ଏହି ନିର୍ବାଚନରେ ୨୪୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି । ରବିବାରର ମତଦାନ ପରେ ୨୨ ଓ ୨୪ରେ ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଏହାପରେ ୨୬ରୁ ୨୮ ତାରିଖ ୩ ଦିନ ଧରି ଗଣତି କରାଯିବା ପରେ ଫଳାଫଳ ପ୍ରକାଶ କରାଯିବ ।

ସୂଚନାଯୋଗ୍ୟ ଯେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୩୦ଟି ଜିଲ୍ଲାର ୧୩୯ଟି ବ୍ଲକର ୩୮୬ଟି ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ପ୍ରକ୍ରିୟା ସମାପ୍ତ ହୋଇସାରିଛି ।

Get real time updates directly on you device, subscribe now.