fbpx

ଆଜି ବିଶ୍ୱ ବୈଷ୍ଣବ ସମ୍ମିଳନୀ ଯୋଗଦେବେ ରାଷ୍ଟ୍ରପତି, ସାଧୁ ସମ୍ମିଳନୀରେ ଏକ ଘଣ୍ଟା ଧରି ସାମିଲ ହେବେ

ପୁରୀ, (ଭାସ୍କର ନ୍ୟୁଜ୍):  ଆଜି ତିନିଦିଆ ବିଶ୍ୱ ବୈଷ୍ଣବ ସମ୍ମିଳନୀ ଯୋଗ ଦେବେ ମହାମହିମ  । ଶନିବାରଠୁ ବିଶ୍ୱ ବୈଷ୍ଣବ ସମ୍ମିଳନୀ ଆରମ୍ଭ ହୋଇଛି। ରବିବାର ସକାଳ ୧୦ଟା୩୦ରେ ବଡ଼ଦାଣ୍ଡସ୍ଥିତ ଶ୍ରୀଚୈତନ୍ୟ ଗୌଡୀୟ ମଠରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ପରେ ୧୦ଟା୫୦ରେ ଶରଧାବାଲି ଯାଇ ସାଧୁ ସମ୍ମିଳନୀରେ ଏକ ଘଣ୍ଟା ଧରି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ।

ସୂଚନା ମୁତାବିକ, ରବିବାର ସକାଳ ସାଢ଼େ ଦଶଟା ବେଳେ ରାଷ୍ଟ୍ରପତି ପୁରୀ ରାଜଭବନରୁ ବାହାରି ବଡ଼ଦାଣ୍ଡସ୍ଥିତ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠରେ ପହଞ୍ଚିବେ । ମଠ ଆରଧ୍ୟା ଦେବତାଙ୍କୁ ଆଳତି ଓ ପୁଷ୍ପାଞ୍ଜଳି ପର୍ବରେ ରାଷ୍ଟ୍ରପତି ଯୋଗ ଦେବା ପରେ ଶରଧାବାଲି ଠାରେ ବିଶ୍ୱ ବୈଷ୍ଣବ ସମ୍ମିଳନୀକୁ ଉଦଘାଟନ କରି ଉଦବୋଧନ ଦେବାର କାର୍ଯ୍ୟସୂଚୀ ରହିଛ। ସେଠାରୁ ସିଧା ସଳଖ ହେଲିପ୍ୟାଡ୍‌ ଅଭିମୁଖେ ଦିନ ୧୨ଟା ୧୫ରେ ବାହାରିବେ ରାଷ୍ଟ୍ରପତି । ସେଠାରୁ ୧୨ଟା ୪୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ୧୨ଟା ୫୫ରେ ସ୍ୱତନ୍ତ୍ର ବିମାନରେ ବିଶାଖାପାଟଣା ଯିବାର କାର୍ଯ୍ୟକ୍ରମ କରାଯାଇଛି। ଏଥିପାଇଁ ବ୍ୟବପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Get real time updates directly on you device, subscribe now.