fbpx

ବଜ୍ରକାପ୍ତା ଚୋରା ଚାଲାଣ : ଓଡିଶାରେ ଡବ୍ଲୁସିସିବିର ଟିମ୍

ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ବଜ୍ରକାପ୍ତା ଚୋରା ଚାଲାଣ ଘଟଣାରେ ଓଡିଶାରେ ପହଞ୍ଚିଲା ଡବ୍ଲୁସିସିବିର ଟିମ୍ । ବଜ୍ରକାପ୍ତା ଚୋରା ଚାଲାଣ ଉପରେ ତଦନ୍ତ କରିବ ଏହି ୱାଲ୍ଡ ଲାଇଫ୍ କଣ୍ଟୋଲ ବ୍ୟୁରୋର ଟିମ୍ । ଅନ୍ତର୍ଜାତୀୟ ଲିଙ୍କ୍ ଜଣାପଡିବା ପରେ ତଦନ୍ତ ଜୋରଦାର ଆରମ୍ଭ ହୋଇଯାଇଛି ।

ତେବେ ଏହି ବିରଳ ବଜ୍ରକାପ୍ତା ଚାଲାଣ ରାକେଟ୍‌ର ମାଫିଆମାନେ ଅଧା ଓଡିଶାରେ ତାଙ୍କର ସାମ୍ରାଜ୍ୟ ବିସ୍ତାର କରିସାରିଲେଣି । କିନ୍ତୁ କେବଳ ଆଠଗଡକୁ ଛାଡିଦେଲେ ଅନ୍ୟ ଜିଲ୍ଲାଗୁଡିକରେ ଚଢଉ ହେଉ ନଥିବାରୁ ମାଫିଆଙ୍କ ପାଇଁ ସୁରକ୍ଷିତ ଅଞ୍ଚଳ ପାଲଟିଛି ଅନୁଗୁଳ, ନୟାଗଡ ଓ ବୌଦ୍ଧ ଜିଲ୍ଲା। ଆଠଗଡ ଡିଏଫ୍‌ଓ ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋ(ଡବ୍ଲୁସିସିବି)କୁ ସମସ୍ତ ତଥ୍ୟ ପ୍ରମାଣ ଦେଇଥିବାରୁ ଡବ୍ଲୁସିସିବି ଟିମ୍‌ ତଦନ୍ତ ପାଇଁ ଓଡିଶା ଆସିଛନ୍ତି ।

ଗତ କିଛି ଦିନ ତଳେ ବଜ୍ରକାପ୍ତା ରପ୍ତାନୀ ର‌୍ୟାକେଟ୍‌ର ୨ସଦସ୍ୟ ଗୁରୁଡ଼ିଝାଟିଆ ପୁଲିସ ଦ୍ୱାରା ଗିରଫ ହୋଇ ବନବିଭାଗକୁ ହସ୍ତାନ୍ତର କରାଯାଇଥିଲା । ବନବିଭାଗ ପକ୍ଷରୁ ତତ୍ପରତା ପ୍ରଦର୍ଶନ କରାଯାଇ ଏହି ର‌୍ୟାକେଟ୍‌ରେ ସଂପୃକ୍ତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ପରେ ଘଟଣାରେ ଆଜି ୩ଜଣଙ୍କୁ ଅଟକ ରଖାଯାଇଛି । ଏହାକୁ ମିଶାଇ ଏହି ର‌୍ୟାକେଟ୍‌ର ୧୦ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନଙ୍କଠାରୁ ୧୦ଟି ବଜ୍ରକାପ୍ତା କାତି, ୬ଟି ମୋବାଇଲ ଫୋନ ବନ ବିଭାଗ ଜବତ କରିଥିଲା।

ବଜ୍ରକାପ୍ତା ଚୋରା ଚାଲାଣ ଘଟଣାରେ ଗିରଫ ୧୦ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ଆଠଗଡ ବନବିଭାଗ । ସେମାନଙ୍କୁ ୭ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆଠଗଡ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଛନ୍ତି ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା ।

Get real time updates directly on you device, subscribe now.