fbpx
BJD SKY
BJD SKY

ବିମାନବନ୍ଦରରେ ଆତଙ୍କ, ଫୋନରେ କହିଲେ ମୁଁ ଯିବି ନାହିଁ, ଆପଣଙ୍କ ବିମାନରେ ବୋମା ଅଛି

BJD

ଅହମଦାବାଦ: ଏୟାରପୋର୍ଟ କର୍ମଚାରୀ ଯାତ୍ରୀ ମାନଙ୍କୁ ଫୋନ କରି କହିଲେ ବିମାନ ଉଡ଼ାଣ ଆରମ୍ଭ ହେବାକୁ ଯାଉଛି । ଜଣେ ବ୍ୟକ୍ତି ଫୋନ ରିସିଭ କରି କହିଲେ ମୁଁ ଯିବି ନାହିଁ, ମୋତେ ମରିବାର ନାହିଁ, କାରଣ ଆପଣଙ୍କ ଫ୍ଲାଇଟରେ ବୋମା ରହିଛି । ଏହାପରେ ସେହି ବିମାନବନ୍ଦରରେ ଆତଙ୍କ ଖେଳିଗଲା ।

ସୂଚନା ଅନୁଯାୟୀ, ଯେତେବେଳେ ଏହି ଘଟଣା ଘଟିଥିଲା ସେତେବେଳେ ଅହମଦାବାଦରୁ ଏହି ବିମାନଟି ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା । କଲ୍ ଆସିବା ପରେ ଏୟାରପୋର୍ଟ ଅଥୋରିଟିଙ୍କୁ ଏହି ସୂଚନା ଦିଆଯାଇଥିଲା । ଏହାପରେ ପୋଲିସ, ବୋମା ସ୍କ୍ୱାର୍ଡ, ଫାୟାର ବ୍ରିଗେଡ଼ଙ୍କ ସହ ଅନ୍ୟାନ୍ୟ ସୁରକ୍ଷା ଟିମ୍ ଏକଜୁଟ ହୋଇ ଯାଞ୍ଚ କରିଥିଲେ । ହେଲେ ବିମାନରେ କୌଣସି ବୋମା ମିଳି ନଥିଲା ।

ସବୁଠାରୁ ବଡ଼ କଥା ହେଉଛି ଯେଉଁ ବ୍ୟକ୍ତିଙ୍କୁ ଫୋନ କରାଯାଇଥିଲା ସେହି ବ୍ୟକ୍ତି ଅନ୍ୟଜଣେ ଥିଲେ । ତେବେ ଯାଞ୍ଚ ପ୍ରକ୍ରିୟା ଶେଷ ହେବାପରେ ଏୟାରପୋର୍ଟରେ ଯେଉଁ ବ୍ୟକ୍ତିଙ୍କୁ ଫୋନ କରାଯାଇଥିଲା ସେହି ବିଷୟରେ କୁହାଯାଉଥିଲା । ସେହି ବ୍ୟକ୍ତି ଜଣକ ସାଙ୍ଗେ ସାଙ୍ଗେ ବୋଡ଼ିଂ କାଉଣ୍ଟରରେ ପହଁଚିଥିଲେ ଏବଂ କହିଥିଲେ ଟିକେଟରେ ଯେଉଁ ନମ୍ବର ଦିଆଯାଇଛି ତାହା ମୋର ନୁହେଁ । ଯାତ୍ରୀ ଜଣକ କହିଲେ, ଟିକେଟଟି ମୋ କମ୍ପାନୀର ଆଡ଼ମିନ ଡିପାର୍ଟମେଣ୍ଟ ବୁକ୍ କରିଥିଲା ସେଥିରେ କେବଳ ମୋ ନାମ ଥିଲା ହେଲେ ଟିକେଟ ବୁକ୍ କରିଥିବା ଲୋକ ନିଜର ଫୋନ ନମ୍ବର ଏବଂ ଇମେଲ ଆଡ୍ରେସ ପକାଇଥିଲା ।

ଅହମଦାବାଦ ଏୟାରପୋର୍ଟର ଅଥୋରିଟିଙ୍କ କହିବା ଅନୁସାରେ, ଯେଉଁ ଯୁବକ ବିମାନରେ ବୋମା ଥିବା କଥା କହିଛି ସେହି ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି । ଏନେଇ ପୋଲିସ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.