fbpx

ଆଜି ଆସିବ ସାଧାରଣ ବଜେଟ୍; ସବୁ ବର୍ଗଙ୍କୁ ସୁହାଇଲା ଭଳି ହେବକି ବଜେଟ୍

ନୂଆଦିଲ୍ଲୀ: ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ୨୦୨୩- ୨୪ ବର୍ଷ ପାଇଁ ଏହି ବଜେଟ୍ ଉପସ୍ଥାପନ ହେବ । ଯାହାକି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍କ ବଜେଟ୍ ହେବ । ତେବେ ୨୦୨୪ରେ ସାଧାରଣ ନିର୍ବାଚନ ଥିବାକୁ ଏହା ଶେଷ ପୂର୍ଣ୍ଣ ବଜେଟ୍ ହେବ । ତେବେ ସଂସଦରେ ଅର୍ତମନ୍ତ୍ରୀ ନିର୍ମଳା ସିତାରମଣ ଏହି ବଜେଟ ଉପସ୍ଥାପନ କରିବା ସହ ସବୁ ବର୍ଗର ବ୍ୟକ୍ତିଙ୍କୁ ଖୁସି କରାଇବା ଭଳି ବଜେଟ୍ ଉପସ୍ଥାପନ କରି ପାରନ୍ତି ସରକାର । ତେବେ ଏହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅନେକ ଆଶା ରହିଛି ।

ତେବେ ମିଳିଥିବା ସବଚନା ଅନୁଯାୟୀ, ଆଜି ଉପସ୍ଥାପନ ହେବାକୁ ଥିବା ସାଧାରଣ ବଜେଟରେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ଟିକସ ରିହାତିର ସମ୍ଭାବନା ରହିଛି । ଏଥିିସହିତ ଗ୍ରାମୀଣ ନିଯୁକ୍ତି ଏବଂ ଗୃହ ନିର୍ମାଣ ଆଦିକୁ ପ୍ରାଧାନ୍ୟ ମିଳିବାର ମଧ୍ୟ ଆଶା ପ୍ରକଟ ହେଉଛି । ସେହିପରି ଶିକ୍ଷା, ଗ୍ରାମୀଣ ବିକାଶ, ରୋଜଗାର ଓ ପାନୀୟ ଜଳ ଆଦି କ୍ଷେତ୍ରରେ ବ୍ୟୟବରାଦ ବଢାଇବେ ବୋଲି ଚର୍ଚ୍ଚା ହେଉଛି । ଏତତ୍ ବ୍ୟତୀତ ରାଜ୍ୟମାନଙ୍କୁ ସହଞ୍ଚାଳ ସଂସ୍କାର କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ପାଣ୍ଠି ବ୍ୟବସ୍ଥା କରାଯିବାରା ମଧ୍ୟ ସମ୍ଭାବନା ରହିଛି । ଏତତ୍ ବ୍ୟତୀତ ବଜେଟରେ ରେଳ ବ୍ୟୟବରାଦ ମଧ୍ୟ ଉପସ୍ଥାପିିତ ହେଉଛି । ଯାହାକି ରେଳବାଇ କ୍ଷେତ୍ରରେ ଓଡିଶାକୁ ତାର ପ୍ରାପ୍ୟ ମିଳିବ ନା ନିରାଶ ହେବାକୁ ପଡିବ ତାହା ବଜେଟ୍ ଉପସ୍ଥାପନ ପରେ ହିଁ ଜଣାପଡିବ । ତେବେ ୨୦୨୩ -୨୪ ବଜେଟ୍ ଆସିବା ପରେ ହିଁ ଜଣାପଡିବ ଏହା ସଧାରଣ ଜନତାଙ୍କୁ କେତେ ମାତ୍ରାରେ ସୁହାଇବ ।

ଏତତ୍ ବ୍ୟତୀତ ୨୦୨୩ ଏବଂ ୨୪ ବର୍ଷ ହେଉଥିବା ଏହି ବଜେଟରେ ସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯିବ ବୋଲି ଆଶା କରାଯାଉଛି । ତେବେ ଏହି ବଜେଟରେ ମଧ୍ୟବିତ୍ତ ପରିବାର ଠାରୁ ଆରମ୍ଭ କରି ମୁଦ୍ରାସ୍ପୀତି କମାଇବକୁ ମଧ୍ୟ ଉଦ୍ୟମ ହୋଇପାରେ । ଏଥିିସହିତ ସ୍ୱାସ୍ଥ୍ୟବିମା କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଛି । ସେହିପରି ଛୋଟ ଛୋଟ ବ୍ୟବସାୟୀଙ୍କ ପାଇଁ ଟିକସ୍ ରିହାତି ମିଳିପାରେ ବୋଲି ସମ୍ଭାବନା ରହିଛି । ଏହିସବୁପରେ ଆୟକର ସୀମା ମଧ୍ୟ ଅଢେଇ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.