୭ ମାସର ତପସ୍ୟା ଶୁଖୁଆ ପୋଡ଼ାରେ: ସରକାରଙ୍କ ସହ ଆଲୋଚନାରୁ ଫେରିଲାବେଳକୁ ଆନ୍ଦୋଳନ ସ୍ଥଳ ଭାଙ୍ଗି ଦେଇଛି ପୋଲିସ

ପହଞ୍ଜାବରେ ଚାଷୀ-କୃଷକ ମୁହାଁମୁହିଁ । ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ ସେବା ଠପ୍ ।

ମୋହାଲି: ଫସଲର ଆଇନଗତ ଗ୍ୟାରେଣ୍ଟି ସମେତ ବିଭିନ୍ନ ଦାବିରେ କୃଷକମାନେ ଗତବର୍ଷ ଫେବୃଆରୀ୧୩ରୁ ଆନ୍ଦୋଳନ କରୁଛନ୍ତି । ସାମ୍ମୁଖ୍ୟ କିଷାନ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚା ନେତୃତ୍ୱରେ ପଞ୍ଜାବର ଶମ୍ଭୁ ଏବଂ ହରିୟାଣାର ଖନୌରି ସୀମାରୁ ସେମାନେ ଦିଲ୍ଲୀକୁ ବିକ୍ଷୋଭ ଶୋଭାଯାତ୍ରା କରିବାକୁ ରହିଥିବାବେଳେ ପୋଲିସ ବାଧା ଦେଉଛି ।

କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନେତୃତତ୍ୱରେ ଏକ ପ୍ରତିନିଧି ଦଳ ବୁଧବାର ଚଣ୍ଡିଗଡ଼ରେ ବିକ୍ଷୋଭରତ ଚାଷୀ ନେତାଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ଫଳବତୀ ନ ହେବା ପରେ ଆଗାମୀ ଆଲୋଚନା ମେ’ ୪ ତାରିଖରେ କରାଯିବା ନେଇ ନିଷ୍ପତ୍ତି ନିଆଗଲା । ଚଣ୍ଡିଗଡ଼ରୁ ମୋହାଲିକୁ ଫେରିବା ବେଳେ ବାଟରେ ପୋଲିସ ଗଜି ରହିଥିଲା । କୃକେ ନେତା ପାନେ୍ଧରଙଙ୍କୁ ପୋଲିସ ଅଟକ ରଖିନେଲେ ।

ପୋଲିସର କାର୍ଯ୍ୟାନୁଷ୍ଠାନକୁ କୃଷକମାନେ ବିରୋଧ କରିଥିଲେ । ପୋଲିସ କୃଷକଙ୍କ ବିକ୍ଷୋଭ ସ୍ଥଳ ଭାଙ୍ଗିବା ସହ ୨୦୦ରୁ ଅଧିକ କୃଷକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ଏନେଇ ଶମ୍ଭୁ ଓ ଖନୌରି ସୀମାକୁ ବନ୍ଦ କରିଦିଆଯାଇଛି ।

ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିବାବେଳେ ସେଠାରେ ପୋଲିସଙ୍କୁ ମୁତୟନ କରାଯାଇଛି ।