fbpx
BJD SKY
BJD SKY

ବଞ୍ଚାଇଦେଲେ ପନ୍ତ-ଜାଡେଜା: ଘଡିସନ୍ଧି ମୁହୂର୍ତ୍ତରେ ଦଳ ପାଇଁ ହେଲେ ସଙ୍କଟମୋଚକ

BJD

ବର୍ମିଂହାମ: ଟିମ ଇଣ୍ଡିଆ ପାଇଁ ସଙ୍କଟମୋଚକ ପାଲଟିଛନ୍ତି ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଏବଂ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଇଂଲଣ୍ଡ ବିପକ୍ଷରେ ଉଭୟ ଯୋଡି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଗୋଟିଏ ସମୟରେ ୯୮-୫ରେ ଦଳ ସଂଘର୍ଷ କରୁଥିବା ବେଳେ ଦଳକୁ ବିପଦରୁ ଉଦ୍ଧାର କରିଛନ୍ତି ପନ୍ତ ଏବଂ ଜାଡେଜା । ପନ୍ତ ୮୯ ବଲରୁ ଶତକ ହାସଲ କରିଥିବା ବେଳେ ଜାଡେଜା ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଇଂଲଣ୍ଡର ଦମଦାର ବୋଲିଂରେ ଏକଦା ୯୮ ରନରେ ୫ ୱିକେଟ ହରାଇ ସଂଘର୍ଷ କରୁଥିଲା ଟିମ ଇଣ୍ଡିଆ । କିନ୍ତୁ ଏହି ସମୟରେ ଦଳ ପାଇଁ ସଙ୍କଟ ମୋଚକ ଭାବେ ଉଭା ହୋଇଛନ୍ତି ଋଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜା । ଉଭୟ ଯୋଡି ମଇଦାନରେ ଏକ ବଡ ଭାଗିଦାରୀ ଗଢିବାରେ ସଫଳ ହୋଇଛନ୍ତି । ଗୋଟିଏ ପଟେ ରବିନ୍ଦ୍ର ଜାଡେଜା ଠିଆ ହୋଇ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଆକ୍ରମଣାତ୍ମକ ବ୍ୟାଟିଂର ଜଲୱା ଦେଖାଇଛନ୍ତି ପନ୍ତ । ୮୯ ବଲରୁ ୧୫ ଚୌକା ଏବଂ ଗୋଟିଏ ଛକା ସହ ସେ ଏକ ଧୂଆଁଧାର ଶତକ ହାସଲ କରିଛନ୍ତି । ଏହା ସହିତ ଟେଷ୍ଟ କ୍ୟାରିୟରର ପଞ୍ଚମ ଶତକ ହାସଲ କରିଛନ୍ତି ଏହି ୱିକେଟ କିପର ବ୍ୟାଟ୍ସମ୍ୟାନ ।

ଅନ୍ୟ ପକ୍ଷରେ ପନ୍ତଙ୍କ ଖୁବ ସାଥ ଦେଇଛନ୍ତି ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ୧୦୯ ବଲ ଖେଳି ଜାଡେଜା ନିଜ ଅର୍ଦ୍ଧଶତକ ହାସଲ କରିଛନ୍ତି । ବିପର୍ଯ୍ୟସ୍ତ ବ୍ୟାଟିଂ ଲାଇନ ଅପକୁ ସଜାଡିବାରେ ସଫଳ ହାସଲ କରିଛି ଏହି ଯୋଡି । ଭାରତୀୟ ଇନିଂସର ଷଷ୍ଠ ୱିକେଟ ପାର୍ଟନରସିପ ପାଇଁ ୨୦୦ରୁ ଅଧିକ ରନ ସଂଗ୍ରହ କରିବାରେ ଉଭୟ ଖେଳାଳି ସଫଳତା ପାଇ ସାରିଛନ୍ତି ।

ଇଂଲଣ୍ଡର ବୋଲର ପ୍ରଥମରୁ ଟିମ ଇଣ୍ଡିଆ ଉପରେ ଚାପ ପକାଇ ରଖିଥିଲେ । ଜିମି ଆଣ୍ଡରସନ ଏବଂ ମ୍ୟାଟି ପଟସ ଭାରତୀୟ ଦଳର ଟପ ଅର୍ଡରକୁ ନଷ୍ଟ କରି ଦେଇଥିବା ବେଳେ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଖୁବ ବିଚଳିତ କରାଇଥିଲେ । ଫଳରେ କୌଣସି ବ୍ୟାଟ୍ସମ୍ୟାନ ୨୦ ଉପରକୁ ଯିବା ସମ୍ଭବ ହୋଇ ପାରି ନଥିଲା ।

Get real time updates directly on you device, subscribe now.