fbpx
BSKY
BJD MC SKY
BJD MS SKY

ଏହି ପଲିସିରେ ମିଳିବ ପ୍ରତିମାସରେ ୧୨ ହଜାର, ଜାଣନ୍ତୁ କିପରି…

ନୂଆଦିଲ୍ଲୀ: ସମସ୍ତଙ୍କୁ ଅବସର ପରେ ପ୍ରତିମାସରେ ପେନସନର ଆବଶ୍ୟକ ହୋଇଥାଏ । ଏଥିପାଇଁ ଠିକ୍ ସମୟରେ ପ୍ଲାନିଂ ଏବଂ ଠିକ୍ ଜାଗାରେ ନିବେଶ କରିବା ଦରକାର ହୋଇଥାଏ । ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଏଲଆଇସି ସବୁ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ପ୍ଲାନ ଲଞ୍ଚ କରିଥାଏ । କମ୍ପାନୀ ଲୋକଙ୍କ ପେନସନ ସହ ଜଡ଼ିତ ଆବଶ୍ୟକତାକୁ ଧ୍ୟାନରେ ରଖି ଏଲଆଇସି ସରଳ ପେନସନ ପ୍ଲାନ ଆରମ୍ଭ କରିଛି ।

ଯଦି ଆପଣ ନିକଟରେ ଅବସର ନେଇଛନ୍ତି ଏବଂ ଆପଣଙ୍କୁ ପିଏଫ ଫଣ୍ଡ ଏବଂ ଗ୍ରାଚୁଇଟି ଟଙ୍କା ମିଳିଛି, ତେବେ ଆପଣ ଏହି ପ୍ଲାନରେ ନିବେଶ କରିପାରିବେ ଏବଂ ପ୍ରତିମାସରେ ପେନସନ ପାଇପାରିବେ । ଏଥିପାଇଁ ଆପଣଙ୍କୁ ଆନ୍ୟୁଟି କିଣିବାକୁ ହେବ । ଏଲଆଇସି କାଲକୁଲେଟର ଅନୁଯାୟୀ ଯଦି ଆପଣ ୩୦ ଲକ୍ଷ ଟଙ୍କାର ଆନ୍ୟୁଟି କିଣୁଛନ୍ତି ତେବେ ଆପଣଙ୍କୁ ପ୍ରତିମାସରେ ୧୨,୩୮୮ ଟଙ୍କାର ପେନସନ ମିଳିବ ।

ତେବେ ଆନ୍ୟୁଟି କିଣିବା ପାଇଁ ବ୍ୟକ୍ତିଙ୍କ ବୟସ ସର୍ବନିମ୍ନ ୪୦ ବର୍ଷ ହୋଇଥିବା ଦରକାର । ସେହିଭଳି ସର୍ବାଧିକ ୮୦ ବର୍ଷ ହୋଇଥିବା ଦରକାର । ଆପଣ ସର୍ବନିମ୍ନ ୧୨ ହଜାର ଟଙ୍କାର ବାର୍ଷିକ ଆନ୍ୟୁଟି କିଣିପାରିବେ । ଅବଶ୍ୟ ଏଥିରେ ନିବେଶ କରିବା ପାଇଁ କୌଣସି ସର୍ବାଧିକ ସୀମା ରଖାଯାଇନାହିଁ । କେହିବି ବ୍ୟକ୍ତି ଏହି ପ୍ଲାନ ଅନୁଯାୟୀ ଥରେ ପ୍ରିମିୟମ ଭରିବା ପରେ ବାର୍ଷିକ, ଛଅ’ ମାସ, ତିନିମାସ ଆଧାରରେ ପେନସନ ପାଇ ପାରିବେ ।

ଏଲଆଇସି ସରଳ ପେନସନ ପ୍ଲାନ ଅନୁଯାୟୀ ପଲିସି ଆରମ୍ଭ ହେବାର ୬ ମାସ ପରେ କେହିବି ବ୍ୟକ୍ତି ଲୋନ ନେଇପାରିବେ । ଜଏଣ୍ଟ ଲାଇଫ ଆନ୍ୟୁଟି ଅପ୍ସନ ନେଇଥିବା ବ୍ୟକ୍ତି ତାଙ୍କ ସମ୍ପର୍କୀୟଙ୍କ ନାମରେ ଲୋନ ସୁବିଧା ପାଇପାରିବେ ।

Get real time updates directly on you device, subscribe now.