fbpx

ଭେଟେରାନ୍ ଡାକ୍ତରଙ୍କ ଦାବି: ‘ପାରାସିଟାମଲ-ଚିକେନ୍ ସୁପ୍ ଦ୍ୱାରା ଠିକ୍ ହୋଇଛି କରୋନା’

ଇଂଲଣ୍ଡର ଜଣେ ଭେଟେରାନ୍ ଡାକ୍ତର ଦାବି କରିଛନ୍ତି ଯେ, ସାମାନ୍ୟ ଔଷଧ ଓ ସାଧାରଣ ଖାଦ୍ୟ ସାମଗ୍ରୀ ସହିତ କରୋନା ଭୂତାଣୁକୁ ହରାଇବାରେ ସଫଳ ହୋଇଛି । ବ୍ରିଟେନର ୬୦ ବର୍ଷିୟ କ୍ଲେୟର ଗେରଡା ରୟାଲ କେଲଜ ଅଫ୍ ଜେନେରାଲ ପ୍ରାକ୍ଟିସିଆର୍ସର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି । ତେବେ ନ୍ୟୁୟର୍କରେ ଏକ ସମ୍ମିଳନୀରୁ ଫେରିବା ପରେ ତାଙ୍କୁ କରୋନା ହୋଇଥିବା ଜଣାପଡିଥିଲା ।


ରିପୋର୍ଟ ମୁତାବକ, ଡାକ୍ତରଙ୍କୁ ପ୍ରଥମେ ଜ୍ୱର, ଗଣ୍ଠି ଓ ମୁଣ୍ଡବିନ୍ଧା ହୋଇଥିବା ଅନୁଭବ ହେଉଥିଲା । ଲଗାତାର କଫ ବି ହେଉଥିଲା । କିନ୍ତୁ କ୍ଲେୟର ବର୍ତ୍ତମାନ କରୋନା ଭାଇରସଠାରୁ ମୁକ୍ତି ପାଇଛନ୍ତି । ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ ପାଇଁ କୌଣସି ଔଷଧ ପ୍ରସ୍ତୁତ କରାଯାଇନାହିଁ । ଡାକ୍ତରମାନେ କେବଳ ରୋଗୀମାନଙ୍କର ଲକ୍ଷଣ ଆଧାରରେ ଚିକିତ୍ସା କରୁଛନ୍ତି । କରୋନାକୁ ଡରୁଥିବା ଲୋକଙ୍କୁ କ୍ଲେୟର କହିଛନ୍ତି ଯେ, ଯଦି ବୟସ୍କମାନେ ଏହି ଭାଇରସରେ ସଂକ୍ରମଣ ହେଉଛନ୍ତି, ତେବେ ସେମାନଙ୍କ ମଧ୍ୟରୁ ମଧ୍ୟ ବହୁ ଲୋକଙ୍କୁ ବଞ୍ଚାଯାଇପାରିବ ।


କ୍ଲେୟର କହିଛନ୍ତି ଯେ, କରୋନ ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ଶରୀରର ସମସ୍ତ ଶକ୍ତି ଚାଲିଯାଇଥିଲା । ଗୋଟିଏ ଟଙ୍କା ଉଠାଇବା ପାଇଁ ବି ବଳ ନଥିଲା । ରୋଗ ଧିରେ ଧିରେ ବଢିବାରେ ଲାଗିଥିଲା । କିନ୍ତୁ ଜୀବନରେ ବିପଦ ଅଛି ବୋଲି କେବେ ଅନୁଭବ କରିନଥିଲି । ୫ ଦିନ ପର୍ଯ୍ୟନ୍ତ ବେଡରେ ଶେଇବା ରହୁଥିବା ବେଳେ କେବଳ ବାଥରୁମ୍ ଯିବା ପାଇଁ ଉଠୁଥିଲି ।କରୋନା ଆକ୍ରାନ୍ତ ସମୟରେ ମୁଁ ଦିନରେ ୩ଥର ପାରାସିଟାମଲ ଖାଇବା ସହ ଲୋମୋନଏଡ ଓ ଚିକେନ୍ ସୁପ୍ ପିଉଥିଲି ।’

ତେବେ ଚିକେନ୍ ସୁପ୍ କିଛି ଚମକ୍ରାର କାମ କରୁଛି ବୋଲି କ୍ଲେୟର କହିଛନ୍ତି । ଏବେ ସେ ସମ୍ପୂର୍ଣ୍ଣ ରୂପେ କରୋନା ଭାଇରସ୍ ଠାରୁ ମୁକ୍ତି ପାଇ ଭଲ ହୋଇଛନ୍ତି ।

Get real time updates directly on you device, subscribe now.