ପଞ୍ଚମହାଭୂତରେ ବିଲୀନ ହେଲା ମହାରାଜା ଗୋପୀନାଥଙ୍କ ପାର୍ଥିବ ଶରୀର

ପାରଳାଖେମୁଣ୍ଡି, ୧୦ା୧(ଓଡ଼ିଶା ଭାସ୍କର): ପଞ୍ଚମହାଭୂତରେ ବିଲୀନ ହୋଇଛି ମହାରାଜା ଗୋପୀନାଥଙ୍କ ପାର୍ଥିବ ଶରୀର । ପାରଳାଖେମୁଣ୍ଡିରେ ମାହାରାଜା ଗୋପୀନାଥ ଗଜପତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସେଠାରେ ବାଚସ୍ପତି ଓ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ରହିଥିଲେ ।
ଆଜି ପାରଖେମୁଣ୍ଡି ମହାରାଜା ଗୋପିନାଥ ଗଜପତିଙ୍କ ପରଲୋକ ଘଟିଥିଲା । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କ ପରଲୋକ ଘଟିିଥିଲା । ଅସୁସ୍ଥତା ଯୋଗୁଁ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ । ବ୍ରହ୍ମପୁରରୁ ୨ଥର ଲୋକସଭା ସାଂସଦ ଥିଲେ ପାରଳା ମହାରାଜା ।

Get real time updates directly on you device, subscribe now.