fbpx
BSKY SKY
BSKY SKY

ପିଲାର ଭବିଷ୍ୟତ ଲାଗି ଚିନ୍ତିତ ଅଛନ୍ତି କି? ଆପଣାନ୍ତୁ ନିମ୍ନୋକ୍ତ ଟିପ୍ସ ଉଜ୍ଜ୍ୱଳମୟ ହେବ ଭବିଷ୍ୟତ

BSKY

ନିଜ ପିଲାଙ୍କୁ ବଡ କରିବା ଲାଗି ପିତାମାତା କେଉଁଥିରେ ବି ସାମାନ୍ୟ ବି ଉଣା କରି ନ ଥାନ୍ତି । କିନ୍ତୁ ବହୁ ସମୟରେ ପିତାମାତାଙ୍କ ଅତ୍ୟଧିକ ଯତ୍ନଶୀଳତା ପିଲାକୁ ବିଗାଡି ଦେଇଥାଏ । ଏପରି ସ୍ଥିତିରେ ଆପଣ ପିଲାଙ୍କୁ କିଛି ଜିନିଷ ଶିଖାଇ ସେମାନଙ୍କ ପିଲାଳିଆମି ଅକ୍ଷୁର୍ଣ୍ଣ ରଖିବା ସହ ସେମାନଙ୍କ ଭବିଷ୍ୟତ ବି ସୁଧାରି ପାରିବେ ।
ସର୍ବଦା ସତ କହିବା ଶିଖାନ୍ତୁ:
ପିଲାମାନେ ପ୍ରାୟ ସମୟରେ କିଛି କାରଣ ନ ଥାଇ ବି ପିତାମାତାଙ୍କୁ ମିଛ କହିଥାନ୍ତି । ଏପରି ସ୍ଥିତିରେ ପିଲାମାନଙ୍କୁ ଛୋଟ ବେଳୁ ସର୍ବଦା ସତ କହିବା ଲାଗି ପରାମର୍ଶ ଦେବା ଉଚିତ । ଏହା ସହିତ ମିଛ କହିବା ଦ୍ୱାରା କଣ କ୍ଷତି ହୋଇଥାଏ ତାହା ମଧ୍ୟ ସେମାନଙ୍କୁ କହିବା ଉଚିତ । ଏହା ସହିତ ଆପଣ ମଧ୍ୟ ପିଲା ଆଗରେ କେବେ ବି ମିଛ କହିବା ଅନୁଚିତ । ଏପରି କରିବା ଦ୍ୱାରା ପିଲା ପିତାମାତାଙ୍କୁ ସର୍ବଦା ସତ କହିବା ଆରମ୍ଭ କରିବ । ଏହାଦ୍ୱାରା ତାର ଏକ ଉଜ୍ଜ୍ୱଳ ବ୍ୟକ୍ତିତ୍ୱ ଗଢି ହେବା ସହ ଭବିଷ୍ୟତରେ ଏକ ଭଲ ମଣିଷ ହେବାର ବାଟ ଫିଟିଯିବ ।
ଉତ୍ତମ ଆଚରଣ ଟିପ୍ସ:
ପିଲାଙ୍କୁ ଛୋଟବେଳୁ ସମସ୍ତଙ୍କୁ ଭଲ ବ୍ୟବହାର ଦେଖାଇବାକୁ ଟିପ୍ସ ଦିଅନ୍ତୁ । ଏହାଦ୍ୱାରା ପିଲାର ସାମାଜିକ ଜ୍ଞାନ ବଢିବା ସହିତ ତାହାର ଭଲ ବ୍ୟବହାର ଭବିଷ୍ୟତରେ ତାକୁ ସମାଜର ବିଭିନ୍ନ କ୍ଷେତ୍ରରେ ସହାୟକ ହେବ । ଭଲ ବ୍ୟବହାର କାରଣରୁ ସେ ସହଜରେ ସମସ୍ତ ହୃଦୟ ଜିତିଯିବ ଓ ଲୋକମାନଙ୍କ ଠାରୁ ଢେର ଭଲ ପାଇବା ପାଇପାରିବ ।
ସ୍ୱାସ୍ଥ୍ୟ ଉପରେ ଫୋକସ୍:
ଛୋଟ ପିଲାମାନେ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଆଦୌ ଯତ୍ନଶୀଳ ହୋଇ ନ ଥାନ୍ତି । ତେଣୁ ଛୋଟ ବେଳୁ ପିଲାଙ୍କୁ ହେଲ୍ଥ ଟିପ୍ସ ଦିଅନ୍ତୁ ଯାହା ସେମାନଙ୍କ ଲାଗି ସାରା ଜୀବନ କାମରେ ଆସିବ । ପିଲାଙ୍କୁ ବଜାରରୁ ଜଙ୍କ ଫୁଡ୍ ଖାଇବାକୁ ଦେବା ପରିବର୍ତ୍ତେ ଘରେ ପୁଷ୍ଟିକର ଖାଦ୍ୟ ତିଆରି କରି ଖାଇବାକୁ ଦିଅନ୍ତୁ । ପିଲା ଯଦି ଜିଦ୍ କରୁଛି ତେବେ ତାକୁ ସ୍ନେହର ସହ ବୁଝାଇ ସର୍ବଦା ହେଲଦି ଲାଇଫଷ୍ଟାଇଲ୍ ଫଲୋ କରିବାକୁ ପରାମର୍ଶ ଦିଅନ୍ତୁ ।
ସମସ୍ତଙ୍କୁ ସମ୍ମାନ କରି ଶିଖିବା ଉଚିତ:
ବହୁ ସମୟରେ ଆପଣଙ୍କ ପିଲା ବଡ କିମ୍ବା ଛୋଟମାନଙ୍କ ସହ ଠିକ୍ ବ୍ୟବହାର କରୁ ନ ଥିବାର ଆପଣ ଦେଖିଥିବେ । ଆପଣ ପିଲାର ଏପରି ବ୍ୟବହାର ଦେଖି ତାର ଅଜ୍ଞତା ବୋଲି ଭାବି ଏଡାଇ ଯିବା ଉଚିତ ନୁହେଁ । ଏହାଦ୍ୱାରା ତାକୁ ପ୍ରୋତ୍ସାହନ ମିଳିଥାଏ ଓ ସେ ବଡ ହେବା ପରେ ବି ସମସ୍ତଙ୍କ ସହ ଏପରି ଆଚରଣ କରିଥାଏ ଯାହା ତାକୁ ସମସ୍ୟାରେ ପକାଇ ଦେଇପାରେ । ତେଣୁ ପିଲାକୁ ଛୋଟବେଳୁ ସମସ୍ତଙ୍କ ସହ ଉଚିତ ବ୍ୟବହାର କରିବାକୁ ଶିଖାନ୍ତୁ । ଏହା ଦ୍ୱାରା ତାର ପର୍ସନାଲିଟି ଡେଭଲପମେଣ୍ଟ ହୋଇପାରିବ ।
ଟାଇମ୍ ମ୍ୟାନେଜମେଣ୍ଟ:
‘ଟାଇମ୍ ଇଜ୍ ମନି’ ଏହି ଧାରଣା ପିଲାଦିନୁ ଶିଖାନ୍ତୁ । ଏହା ଦ୍ୱାରା ପିଲା ଫାଲତୁ ଜିନିଷରେ ନିଜ ସମୟ ନଷ୍ଟ କରିବ ନାହିଁ । ସମୟର ଉପଯୁକ୍ତ ବିନିଯୋଗ ଦ୍ୱାରା ପିଲାର ଭବିଷ୍ୟତ ଉଜ୍ଜ୍ୱଳମୟ ହେବ ।

Get real time updates directly on you device, subscribe now.