fbpx

SEX EDUCATION ପାଇଁ କେଉଁ ବୟସ ହୋଇଥାଏ ଉଚିତ? ନିଶ୍ଚୟ ଜାଣି ରଖନ୍ତୁ ପିତାମାତା

ନୂଆଦିଲ୍ଲୀ: ସେକ୍ସ ନାଁ ଶୁଣିଲେ ଲୋକ ସେଠାରୁ ନିଜକୁ ଟିକିଏ ଦୂରେଇ ରଖନ୍ତି । ଆଉ ଯେତେବେଳେ ପିଲାଙ୍କ ସେକ୍ସ ଏଜୁକେସନ ଉପରେ କଥା ଆସେ ତ ପିତାମାତା ଏହାକୁ ପ୍ରାୟତଃ ପ୍ରଶ୍ରୟ ଦିଅନ୍ତି ନାହିଁ । ଏହାକୁ ଯଥାସମ୍ଭବ ଆଭୋଏଡ କରୁଥିବା ଦେଖିବାକୁ ମିଳେ । ଭାରତରେ ଏମିତି ବହୁତ କମ ଲୋକ ଏମିତି ଥିବେ ଯେଉଁମାନେ ନିଜ ପିଲାମାନଙ୍କୁ ସଠିକ ସମୟରେ ସେକ୍ସ ସମ୍ବନ୍ଧୀୟ ଏଜୁକେସନ ଦେଇଥିବେ । କିନ୍ତୁ ଅନ୍ୟ ଦେଶରେ ଏହା ଏକ ସ୍ୱାଭାବିକ କଥା । ନିଜ ଭିତରେ ସେକ୍ସ ବିଷୟରେ ଆଲୋଚନା କରିବା ସହ ପିଲାମାନଙ୍କୁ ଜଣାଇବା ସେମାନଙ୍କ ପାଇଁ ଅତି ସହଜ ହୋଇଥାଏ । ତେବେ ଆସନ୍ତୁ ଜାଣିବା ପିଲାମାନଙ୍କୁ ଏହି ବିଷୟରେ ଶିକ୍ଷା ଦେବାର ଉଚିତ ବୟସ କେବେ ।

ପିଲାମାନଙ୍କ ମଧ୍ୟରେ ବିଭିନ୍ନ କଥା ବିଷୟରେ ଜାଣିବା ପାଇଁ ଉତ୍ସାହ ଭରି ରହିଥାଏ । ତେବେ ଅନ୍ୟ ସମସ୍ତ କଥାର ଉତ୍ତର ଦେଇ ପାରୁଥିବା ବେଳେ ପିତାମାତା ସ୍କ୍ ସମ୍ବନ୍ଧିତ କୌଣସି ପ୍ରଶ୍ନର ଉତ୍ତର ଦେଇ ପାରନ୍ତି ନାହିଁ । ତେବେ ସେକ୍ସୁଆଲ ହେଲ୍ଥ କୋ-ଅର୍ଡିନେଟର ଲୋରେନ ଓକୋନେଲଙ୍କ କହିବା ଅନୁସାରେ, ଯୁବବର୍ଗ ସେକ୍ସ ବିଷୟରେ ବହୁତ କିଛି ଜାଣିବା ପାଇଁ ଇଚ୍ଛୁକ ଥାଆନ୍ତି । ଏହାର ଅର୍ଥ ସେମାନେ ସେକ୍ସ କରିବା ପାଇଁ ଚାହାନ୍ତି, ତାହା ନୁହେଁ । ଏହି ଟପିକ ପ୍ରୟାତଃ ଧିରେ ଏବଂ ଲୁଚିକି କଥାବାର୍ତ୍ତା କରାଯାଏ, ତେଣୁ ସେମାନାଙ୍କ ମଧ୍ୟରେ ଏ ବିଷୟରେ ଜାଣିବା ପାଇଁ ଇଚ୍ଛା ରହିଥାଏ ।

ତେବେ ରିସର୍ଚ୍ଚରୁ ଜଣା ପଡିଛି ଯେ ପିଲାମାନଙ୍କୁ ସେକ୍ସ ଏଜୁକେସନ ଦେବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ଯାହା ଫଳରେ ବିଭିନ୍ନ ଯୌନ ଶେଷଣ ଏବଂ ଏହାର ପରିଣାମରୁ ନିଜକୁ ଦୂରେଇ ରଖିପାରିବେ । ପିଲାମାନେ ସେକେଣ୍ଡାରୀ ସ୍କୁଲକୁ ଯିବା ପୂର୍ବରୁ ଏସବୁ ଉପରେ ସେମାନଙ୍କ ସହ ଆଲୋଚନା କରିବା ବା ଏ ନେଇ ଶିକ୍ଷା ଦେବା ଜରୁରୀ ହୋଇତାଏ । ତେବେ ସେକ୍ସ ଟପିକ ଉପରେ କଥା ହେବା ଏବଂ ଶିକ୍ଷା ଦେବା ପାଇଁ ପିତାମାତାଙ୍କୁ କିଛି ଉପାୟ ଆପଣେଇବାକୁ ପଡିବ, ଯାହାଦ୍ୱାରା ସେମାନେ ଏଥିରେ କୁଣ୍ଠାବୋଧ କରିବେ ନାହିଁ ।

– ନିଜକୁ ସେକ୍ସ ସମ୍ବନ୍ଧୀୟ ପ୍ରଶ୍ନ ପାଇଁ ପ୍ରସ୍ତୁତ ରଖନ୍ତୁ, ଯେପରି ଆପଣଙ୍କୁ ରାଗ ନ ଆସେ ଏବଂ ପିଲାମାନଙ୍କୁ ଆପଣ ଚୁପ ନ ରଖନ୍ତୁ

– ପିଲାମାନଙ୍କ ଏଭଳି ପ୍ରଶ୍ନର ଉତ୍ତରା ଦେବା ପରିବର୍ତ୍ତେ ଓଭର ରିଆକ୍ଟ କରିବା ବନ୍ଦ କରନ୍ତୁ

– ସେମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ । ଯଦି କୌଣସି ପ୍ରଶ୍ନର ଉତ୍ତର ଆପଣଙ୍କୁ ମଧ୍ୟ ଜଣା ନାହିଁ ତେବେ ପିଲାମାନଙ୍କୁ ଏହାର ଉତ୍ତର ଖୋଜିବା ପାଇଁ କହିବା ସହ ସେମାନଙ୍କଠୁ ପଚାରି ବୁଝନ୍ତୁ ।

– ପିତାମାତା ବଦଳରେ ଜଣେ ଭଲ ବନ୍ଧୁ କିମ୍ବା ଏକ୍ସପର୍ଟ ଭାବରେ ସେମାନଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ

– ଶରୀରର ଅଂଶଗୁଡିକ ବିଷୟରେ କହିବା ସମୟରେ ସଠିକ ଶବ୍ଦର ବ୍ୟବହାର କରନ୍ତୁ । ନଚେତ ସେମାନଙ୍କ ମନରେ ଭ୍ରମ ଧାରଣା ରହିଯାଏ ଯେ, ଏହି ଅଂଶଗୁଡିକର ପ୍ରକୃତ ନାମ ନେବା ଭୁଲ ହୋଇଥାଏ ।

Get real time updates directly on you device, subscribe now.