fbpx

ପିଲାମାନେ ଅପରାଧ କଲେ ମା’-ବାପାଙ୍କୁ ମିଳିବ ସଜ୍ଜା, ଆରାମ କରିବା ଓ ଖେଳିବା ପାଇଁ ଦିଆଯିବ ସମୟ; ଜାରି ହେବାକୁ ଯାଉଛି ନୁତନ ନିୟମ

ନୂଆଦିଲ୍ଲୀ: ଚୀନ ବର୍ତ୍ତମାନ ଏପରି ଏକ ଆଇନ ତିଆରି କରିବା ପାଇଁ ଯୋଜନା କରୁଛି । ତାହା ହେଉଛି ଯେଉଁ ପିଲାମାନେ ଖରାପ ବ୍ୟବହାର ସହିତ ଅପରାଧରେ ସଂଶ୍ଲିଷ୍ଟ ରହିବେ ସେମାନଙ୍କ ମା’-ବାପାଙ୍କୁ ମଧ୍ୟ ସଜ୍ଜା ଦିଆଯିବା ନେଇ ପ୍ରାବଧାନ ରହିବ । ପରିବାର ଶିକ୍ଷା ସମ୍ବର୍ନ୍ଧନା ଆଇନ ଅନୁସାରେ, ବହୁତ ଖରାପ ବ୍ୟବହାର କରୁଥିବା ଅଥାବ ଅପରାଧ କରୁଥିବା ପିଲାମାନଙ୍କ ଅଭିଭାବକଙ୍କ ପାଇଁ ପ୍ରସ୍ତୁତ କରାଯାଉଥିବା ଆଇନ ଅଧୀନରେ ସାର୍ବଜନୀକ ରୁପରେ ସେହିଭଳି ମା’-ବାପାଙ୍କୁ ସାବାଡ କରାଯିବ ଏବଂ ସେମାନଙ୍କୁ ପରିବାର ଶିକ୍ଷା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପଠାଯିବ । ଏହି ପ୍ରୋଗ୍ରାମରେ ଅଭିଭାବକଙ୍କୁ ପିଲାମାନଙ୍କ କେଉଁ ଭଳି ଭାବରେ ଯତ୍ନ ନିଆଯାଏ ଏବଂ ସେମାନଙ୍କୁ କିପରି ସଫଳ କରିବା ପାଇଁ ଚେଷ୍ଟା କରାଯିବ ସେ ସମ୍ପର୍କରେ ଶିକ୍ଷା ଦିଆଯିବ । ବିଗିଡ଼ି ଯାଇଥିବା ପିଲାମାନଙ୍କୁ ସୁଧାରିବା ପାଇଁ ଏହି କାର୍ଯ୍ୟକ୍ରମରେ ଶିକ୍ଷା ଦିଆଯିବ ।

ନ୍ୟାସନାଲ ପିପୁଲ୍ସ କଂଗ୍ରେସ ଆୟୋଗର ପ୍ରବକ୍ତା ଜେଙ୍ଗ ତାଇୱେଙ୍କ କହିବାନୁସାରେ, କୌଣସି ନାବାଳିକ ପିଲା କରୁଥିବା ଖରାପ ବ୍ୟବହାରର ଅନେକ କାରଣ ରହିଛି । ହେଲେ ସବୁଠାରୁ ବଡ଼ କାରଣ ହେଉଛି ବ୍ୟବହାରିକ ଶିକ୍ଷାର ଅଭାବ । ଚଳିତ ସପ୍ତାହରେ ସଂସଦର ସ୍ଥାୟୀ ସମିତି ଏନେଇ ସମୀକ୍ଷା କରିବେ । ଏହାର ସ୍ୱୀକୃତୀ ମିଳିବା ପରେ ଡ୍ରାଫ୍ଟ ସଂସଦରେ ବିଚାର ପାଇଁ ବିଲ୍ ଭାବରେ ରଖାଯିବ। ଅଭିଭାବକମାନେ କିପରି ପିଲାମାନଙ୍କୁ ବିଶ୍ରାମ, ଖେଳିବା ଏବଂ ବ୍ୟାୟାମ ପାଇଁ ସମୟ ଦିଅନ୍ତି ତାହା ନିଶ୍ଚିତ କରିବେ ।

ସରକାର ଚଳିତ ବର୍ଷ ପିଲାମାନଙ୍କୁ ଖରାପ ଜିନିଷରୁ ଦୂରେଇ ରଖିବା ପାଇଁ ଅନେକ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି । ପିଲାମାନଙ୍କୁ ଅନଲାଇନ ଗେମ୍ ଖେଳିବା ଠାରୁ ଦୁରେଇ ରଖିବା ପାଇଁ ମଧ୍ୟ ଚେଷ୍ଟା କରୁଛି । ଅନଲାଇନ୍ ଗେମିଂକୁ ଅଫିମ୍ ନିଶା ସହିତ ତୁଳନା କରିବା ସହିତ କିପରି ପିଲାମାନେ ଏହାଠାରୁ ଦୂରେଇ ରହିବେ ସେନେଇ ପଦକ୍ଷେପ ଗ୍ରହଣ କରାଯିବ । ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଇଣ୍ଟରନେଟ୍ ଗେମିଂର ସମୟକୁ ସୀମିତ କରିଛନ୍ତି । ପିଲାମାନଙ୍କୁ ଶୁକ୍ରବାର, ଶନିବାର ଏବଂ ରବିବାର ଏକ ଏକ ଘଣ୍ଟା ପାଇଁ ଗେମ୍ ଖେଳିବାକୁ ଅନୁମତି ଦିଆଯିବ ।

Get real time updates directly on you device, subscribe now.