fbpx

ଦୁଇ ନାବାଳିକା ଭଉଣୀଙ୍କ ସହ ୧୦ ଯୁବକ କଲେ ଗଣଦୁଷ୍କର୍ମ, ୨ ଗିରଫ; ଭୟରେ ଜଣେ ଅଭିଯୁକ୍ତ କଲା ଆତ୍ମହତ୍ୟା

ନୂଆଦିଲ୍ଲୀ: ଝାଡଖଣ୍ଡର ଗୁମଲା ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି । ଏଠାରେ ଦୁଇ ଆଦିବାସୀ ନାବାଳିକା ଭଉଣୀଙ୍କୁ ଜଙ୍ଗଲକୁ ଉଠାଇ ନେଇ ୧୦ ଜଣ ଯୁବକ ଗଣ ଦୁଷ୍କର୍ମ କରିଛନ୍ତି । ପୋଲିସ୍ ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଭୟରେ ଆତ୍ମହତ୍ୟା କରିଛି । ପୋଲିସ୍ ଅଧିକାରୀ ମାନେ ସୋମବାର ଦିନ ଏନେଇ ସୂଚନା ଦେଇଛନ୍ତି ।

ସୂଚନା କ୍ରମେ, ଏହି ଗଣଦୁଷ୍କର୍ମ ଅକ୍ଟୋବର ୧୫ ତାରିଖ ଦିନ ସନ୍ଧ୍ୟାରେ ଘଟିଛି । ଘଟଣା ଦିିନ ଦୁଇ ନାବାଳିକା ଭଉଣୀ ନିଜର ୨୦ ବର୍ଷିୟ ସମ୍ପର୍କୀୟ ଭାଇ ସହିତ ଦଶହରା ମେଳା ଦେଖି ଘରକୁ ଫେରୁଥିଲେ । ଏହା ମଧ୍ୟରେ ତିନିଟି ବାଇକ୍ ରେ ୧୦ ଜଣ ଅଭିଯୁକ୍ତ ଆସି ସେମାନଙ୍କ ରୋକିଥିଲେ ଏବଂ ଦୁଇ ଭଉଣୀଙ୍କ ଉଦ୍ଦେଶ୍ୟରେ ଅଶ୍ଳୀଳ କମେଣ୍ଟ କରିଥିଲେ । ଏହି କଥାରେ ଭଉଣୀମାନଙ୍କ ସହ ଯାଉଥିବା ଭାଇ ସେମାନଙ୍କୁ ବିରୋଧ କରିଥିଲା । ଯାହାପରେ ଅଭିଯୁକ୍ତ ମାନେ ତା ସହିତ ମାରପିଟ୍ କରିଥିଲେ । ଆଉ ସାହାଯ୍ୟ ମାଗିବା ପାଇଁ ଗାଁ ଭିତରକୁ ଦୌଡ଼ି ଯିବାରେ ସଫଳ ହେଲା ।

କିନ୍ତୁ ଦୁଇ ଜଣ ଭଉଣୀ ଖସି ଯାଇପାରିନଥିଲେ । ୧୦ ଜଣ ଅଭିଯୁକ୍ତ ଦୁଇ ଭଉଣୀଙ୍କୁ ପାଖ ଜଙ୍ଗଲକୁ ଘୋଷାଡ଼ି ନେଇ ଗଣଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ମାନେ ପୀଡ଼ିତାଙ୍କୁ ମାଡ଼ ମାରିଥିଲେ । ଆଉ ପାଖରେ ଥିବା ଆଉ ଏକ ସ୍ଥାନକୁ ନେଇ ପୁଣିଥରେ ଦୁଷ୍କର୍ମ କରିଥିଲେ । ତେବେ ଇତି ମଧ୍ୟରେ ଗାଁକୁ ଦୌଡ଼ି ଯାଇଥିବା ଭାଇ ଗାଁ ଲୋକଙ୍କୁ ନେଇ ଜଙ୍ଗଲ ପଟକୁ ନିଜ ଭଉଣୀଙ୍କୁ ଖୋଜିବା ପାଇଁ ଯାଇଥିଲା । ଏହି ସମୟରେ ଅଭିଯୁକ୍ତ ମାନେ ଗାଁ ଲୋକଙ୍କୁ ଦେଖି ଫେରାର୍ ହୋଇଯାଇଥିଲେ । ଏନେଇ ପୋଲିସ୍ ସୂଚନା ଦେଇଛି ।

ତେବେ ମାମଲାର ଛାନଭିନ୍ ଚଳାଇଛି ପୋଲିସ୍ । ଦୁଇ ଜଣ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଭୟରେ ଆତ୍ମହତ୍ୟା କରିଥିବା ପୋଲି୍ସ ସୂଚନା ଦେଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ୍ ଏସଆଇଟି ଟିମ୍ ଗଠନ କରିଛି । ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ଖୁବ୍ ଶୀଘ୍ର ସବୁ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ପୋଲିସ୍ କହିଛି ।

Get real time updates directly on you device, subscribe now.