fbpx

ଭାରତୀୟଙ୍କ ହାଇଟ୍ ବଢ଼ିବା ହେଲା ବନ୍ଦ! ଷ୍ଟଡିରୁ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ: ଏକ ଅଧ୍ୟୟନରେ କୁହାଯାଇଛି ଯେ, ଭାରତୀୟଙ୍କ ଶରୀରର ଉଚ୍ଚତା ବୃଦ୍ଧି ପାଇବା ବନ୍ଦ ହୋଇଯାଇଛି ବା ଦିନକୁ ଦିନ ଉଚ୍ଚତା କମିବାରେ ଲାଗିଛି । ୧୯୯୮ରୁ ୨୦୧୫ ପର୍ଯ୍ୟନ୍ତ ଭାରତରେ ବୟସ୍କଙ୍କ ଉଚ୍ଚତାକୁ ନେଇ କରାଯାଇଥିବା ଏକ ଅଧ୍ୟୟନରେ ଏହା କୁହାଯାଇଛି । ଭାରତରେ ୨୦୦୫-୦୬ ରୁ ୨୦୧୫-୧୬ ପର୍ଯ୍ୟନ୍ତ ବୟସ୍କ ପୁରୁଷ ଏବଂ ମହିଳାଙ୍କ ହାରାହାରି ଉଚ୍ଚତା, ୧୯୯୮-୯୯ ତୁଳନାରେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ବିଶେଷ କରି ଗରିବ ଆଦିବାସୀ ମହିଳାଙ୍କ ଠାରେ ଉଚ୍ଚତା ସର୍ବାଧିକ ହ୍ରାସ ପାଇଛି ।

ଭାରତର ଏହି ଟ୍ରେଣ୍ଡ୍ ଗ୍ଲୋବାଲ୍ ଟ୍ରେଣ୍ଡ ଠାରୁ ଏକଦମ୍ ଓଲଟା ଦେଖିବାକୁ ମିଳିଛି । କାରଣ ଏହା ପୂର୍ବରୁ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ, ଦୁନିଆରେ ବୟସ୍କଙ୍କ ହାରାହାରି ଉଚ୍ଚତା ବୃଦ୍ଧି ପାଉଛି । କିନ୍ତୁ ଭାରତରେ ଓଲଟା ଚିତ୍ର ଦେଖିବାକୁ ମିଳୁଛି । ତେଣୁ ଦେଶରେ ବୟସ୍କଙ୍କ ଉଚ୍ଚତାରେ ହ୍ରାସ ଏକ ଚିନ୍ତାର କାରଣ ପାଲଟିଛି । ତେବେ ଅନ୍ୟ ଦେଶ ଗୁଡ଼ିକରେ ବୟସ୍କଙ୍କ ଉଚ୍ଚତା ବୃଦ୍ଧି ପାଉଛି । ଏହି ପରିପ୍ରେକ୍ଷୀରେ ବିଶେଷଜ୍ଞ ମାନେ ଏହାର କାରଣ ଜାଣିବାକୁ ଯାଞ୍ଚ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.