fbpx

Paris Olympics: ସ୍ୱିପ୍ନିଲ ଜିତିଲେ କାଂସ୍ୟ, ଲାଇଭ ଟିଭିରେ କାନ୍ଦିଲେ ଭାରତର ଶେଫ ଡେ ମିଶନ ଗଗନ ନାରଙ୍ଗ, ପଢନ୍ତୁ ଏ ରିପୋର୍ଟ

ଓଡିଶା ଭାସ୍କର: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଭାରତର ମୁଖ୍ୟ ମିଶନ ଗଗନ ନାରଙ୍ଗ ସ୍ୱପ୍ନିଲଙ୍କ କାଂସ୍ୟ ବିଜୟ ପରେ ଲାଇଭ ଟିଭିରେ କାନ୍ଧିଛନ୍ତି । କହିରଖୁ, ପୁରୁଷ ୫୦ ମିଟର ରାଇଫଲ ୩ ପୋଜିଶନରେ ସ୍ୱିପ୍ନିଲ କୁସାଲେ ଐତିହାସିକ କାଂସ୍ୟ ଜିତିଛନ୍ତି । ସ୍ୱପ୍ନିଲ, ଏହି ପଦକ ଜିତିବା ପରେ ଗଗନ ନାରଙ୍ଗ ନିଜର ପୂର୍ବତନ ସାଥି ଜାଁୟଦୀପ କରମାକରଙ୍କ ସହ ବାର୍ତ୍ତାଳାପ ସମୟରେ ନିଜର ଲୁହ ରୋକି ପାରି ନଥିଲେ । ସ୍ୱପ୍ନିଲ, ମନୁ ଭାକର ଓ ସରବଜୋତଙ୍କ ପରେ ଚଳିତ ଅଲିମ୍ପିକ୍ସରେ ବନ୍ଧୁକଚାଳନାରେ ଭାରତ ପାଇଁ ତୃତୀୟ ପଦକ ହାସଲ କରିଛନ୍ତି । ପୁରୁଷ ୫୦ ମିଟର ରାଇଫଲ ୩ ପୋଜିଶନରେ ଏହା ଭାରତର ପ୍ରଥମ ପଦକ ଅଟେ ।

ସ୍ୱପ୍ନିଲଙ୍କ ଏହି ପଦକ ବେଶ୍ ମହତ୍ତ୍ୱପୂର୍ଣ୍ଣ ଅଟେ ଭାରତ ପାଇଁ । କାରଣ ବନ୍ଧୁକଚାଳନାରେ ରାଇଫଲ ୩ ପୋଜିଶନକୁ ଭାରତୀୟ ସୁଟର ସମୁଦାୟ ବେଶୀ ପସନ୍ଦ କରନ୍ତି ନାହିଁ । ଏହା ବନ୍ଧୁକଚାଳନାରେ ସବୁଠୁ କଠିନ ଅଟେ । ଏଥିରେ ସୁଟରକୁ ଠିଆ ହେଇକି, ଶୋଇକି ତଥା ଆଣ୍ଠେଇକି ସୁଟ କରିବାକୁ ହୁଏ । ଏଥିରେ ନିରନ୍ତରତା ସହ ଏକାଗ୍ରତା ବେଶ୍ ଗୁରୁତ୍ତ୍ୱ ବହନ କରେ ।

ଲାଇଭ ସମୟରେ ଗଗନ ନାରଙ୍ଗ କହିଥିଲେ ଯେ ଏହା କେତେ କଠିନ ପରୀକ୍ଷା ଥିଲା ସ୍ୱପ୍ନିଲ ପାଇଁ । ସେମାନେ ମଧ୍ୟ ରାଇଫଲ ଇଭେଣ୍ଟରେ ତାଙ୍କ ସମୟରେ କେତେ କଠିନତାର ସାମ୍ନା କରୁଥିଲେ ତାହା ଜଣାଇଥିଲେ । କହିରଖୁ, ଜାଁୟଦୀପ ୨୦୧୨ ଲଣ୍ଡନ ଅଲମ୍ପିକ୍ସର ୫୦ ମିଟର ରାଇଫଲ ପ୍ରୋନ ସ୍ପର୍ଦ୍ଧାରେ ଚତୁର୍ଥ ସ୍ଥାନରେ ରହିଥିଲେ । ଫଳରେ ସ୍ୱପ୍ନିଲଙ୍କ ଏହି ପଦକ ଏହି ଶ୍ରେଣୀର ବନ୍ଧୁକଚାଳକଙ୍କ ପାଇଁ ପ୍ରେରଣା ସାଜିବ ନିଶ୍ଚୟ ।

Get real time updates directly on you device, subscribe now.