fbpx

ରାଜଧାନୀରେ ଖୋଲିବ ସବୁ ପାର୍କ, ସମୟ ଓ ନିୟମ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର, ୩ା୬(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଥିବା ସମସ୍ତ ପାର୍କ ଖୋଲିବାକୁ ବିଏମସି ପକ୍ଷରୁ ଅନୁମତି ମିଳିଛି । କେବଳ ଦୁଇ ଦିନିଆ ଶନିବାର ଓ ରବିବାର ସଟଡାଉନ ସମୟରେ ପାର୍କ ବନ୍ଦ ରହିବ । କିନ୍ତୁ ଅନ୍ୟଦିନ ମାନଙ୍କରେ ପାର୍କ ଖୋଲିବାକୁ ଅନୁମତି ମିଳିଛି । ସକାଳ ୫ଟାରୁ ୧୦ ଓ ଅପରାହ୍ନ ୪ରୁ ୬ ଯାଏଁ ପାର୍କ ଖୋଲିବ । ସକାଳ ୫ଟାରୁ ୭ଟା ଯାଏଁ ୬୦ରୁ ବର୍ଷରୁ ଅଧିକ ବୟସ୍କ ଲୋକ ପାର୍କ ଯାଇପାରିବେ । ଅନ୍ୟକୌଣସି ବୟସର ବ୍ୟକ୍ତି ଏହି ସମୟରେ ଯାଇପାରିବେନି । ସେହିପରି ୭ଟା ପରେ ୬୦ ବର୍ଷରୁ କମ୍ ବୟସ୍କ ଲୋକ ପାର୍କ ଯାଇପାରିବେ ।

Get real time updates directly on you device, subscribe now.