fbpx

ସଂସଦ କ୍ୟାଣ୍ଟିନରେ ରିହାତି ମନା, ମିଳିବନି ଶସ୍ତା ଖାଦ୍ୟ

ନୂଆଦିଲ୍ଲୀ,୫ ।୧୨: ଏଣିକି ସଂସଦ କ୍ୟାଣ୍ଟିନରେ ଆଉ ମିଳିବନି ସବସିଡି । ପ୍ରକୃତ ମୂଲ୍ୟ ଦେଇ ଖାଦ୍ୟ ଓ ଅନ୍ୟ ସାମଗ୍ରୀ କିଣିବେ ସାଂସଦ । ସାଂସଦଙ୍କ ସର୍ବସମ୍ମତି କ୍ରମେ ସବିସିଡି ପ୍ରତ୍ୟାହାରର ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ବାର୍ଷିକ ୧୭ କୋଟି ଟଙ୍କା ସଞ୍ଚୟ ହେବ ବୋଲି ଜଣାପଡିଛି ।

ତେବେ ପୂର୍ବରୁ ସଂସଦ କ୍ୟାଣ୍ଟିନରେ କମ୍ ମୂଲ୍ୟରେ ଖାଦ୍ୟ ମିଳୁଥିଲା । ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କ ପ୍ରସ୍ତାବ ପରେ ବିଜନେସ ଆଡଭାଇଜରୀ କମିଟି ଏହି ମାମଲାରେ ଆଲୋଚନା କରିଥିଲା । ପୂର୍ବ ଲୋକସଭା କମିଟିରେ ଖାଦ୍ୟର ଦର ବଢାଇଥିବା ବେଳେ ସବସିଡି ହ୍ରାସ କରାଯାଇଥିଲା ।

Get real time updates directly on you device, subscribe now.