fbpx

ଆରଟିଓ ଏଜେଣ୍ଟଙ୍କୁ ଚିହ୍ନଟ କର: ହାଇକୋର୍ଟ

ଭୁବନେଶ୍ୱର,୫ ।୧୨(ଓଡିଶା ଭାସ୍କର): ଆରଟିଓରେ ମଧ୍ୟସ୍ଥଙ୍କୁ ସରକାର ହଟାଇବା ମାମଲାରେ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । ସବୁ ଆରଟିଓରେ କାମ କରୁଥିବା ମଧ୍ୟସ୍ଥଙ୍କୁ ଚିହ୍ନଟ ପାଇଁ ପରିବହନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମଧ୍ୟସ୍ଥିଙ୍କୁ ଥଇଥାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୬ ସପ୍ତାହ ମଧ୍ୟରେ ଇ-କିଓସ୍କୋ ଲାଗୁ କରିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । ୨ ମାସ ମଧ୍ୟରେ ସମ୍ପୂର୍ଣ୍ଣ କାମ ଶେଷ କରିବାକୁ ହାଇକୋର୍ଟ କହିଛନ୍ତି ।

ତେବେ ନଭେମ୍ବର ୨୭ରେ ଆରଟିଓ ଅଫିସରୁ ମଧ୍ୟସ୍ଥକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ପରିବହନ ସଚିବ । ପରେ ସରକାରଙ୍କ ନିର୍ଦ୍ଦେଶକୁ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା । ମୋଟର ଭେଇକିଲ ଫିଲ୍ଡ ୱାର୍କର ସଂଘ ପକ୍ଷରୁ ହୋଇଥିଲା ଏହି ଆବେଦନ । ରୋଜଗାର ଉଚ୍ଛେଦ ନେଇ ଆପତ୍ତି ଉଠାଇଥିଲେ ଆବେଦନକାରୀ । ଏନେଇ ସୂଚନା ଦେଇଛନ୍ତି ଆଇନଜୀବୀ ବିଦ୍ୟାଲୋକ ମହାପାତ୍ର ।

Get real time updates directly on you device, subscribe now.