ଅଫିମ ନିଶାରେ ପାଗଳ ନିଶାଗ୍ରସ୍ତ ଶୁଆ, ଚିନ୍ତାରେ ଚାଷୀ
ଚାଷୀଙ୍କ ନିଦ ହଜାଇଲେଣି ନିଶାସକ୍ତ ଶୁଆ। ଅଫିମ କ୍ଷେତରେ ପଶି ଏକର ଏକର ଚାଷ ଜମିରେ ଫସଲ ନଷ୍ଟ କରୁଛନ୍ତି ପଲ ପଲ ନିଶାଗ୍ରସ୍ତ ଶୁଆ। ମୁଣ୍ଡରେ ହାତ ଦେଇ ବସିଲେଣି ଚାଷୀ। ଶୁଆଙ୍କ କବଳରୁ କିପରି ରକ୍ଷା କରିବେ କ୍ଷେତ।
ଉତ୍ତରପ୍ରଦେଶ: ଅଫିମ ଏପରି ଏକ ଦ୍ରବ୍ୟ। ଯାହାକୁ ଚାଷ କରାଯାଏ। ଆଉ ଏହାର ଚାହିଦା ମଧ୍ୟ ରହିଛି। ଏହାଛଡ଼ା ଅଫିମ ଚାଷ କରିବା ପାଇଁ ଲାଇସେନ୍ସ ମଧ୍ୟ ଆବଶ୍ୟକ। ତେଣୁ ଅତି ସତର୍କତାର ସହ ଏବଂ ସାବଧାନତାର ସହ ଅଫିମ ଚାଷ କରାଯାଏ।
ଯାହା ଚୋରି ହୋଇଯିବାର ମଧ୍ୟ ଆଶଙ୍କା ଥାଏ। ଆଉ ଏବେ ସେହି ଅଫିମ ଚୋରି ହେବାରେ ଲାଗିଛି। ତାହା ପୁଣି କ୍ଷେତ ଭିତରୁ। ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଚାଷୀ। କିପରି ଚୋରକୁ ଧରିବେ ଆଉ ଦଣ୍ଡ ଦେବେ। ହେଲେ ଏଥିରେ ବାରମ୍ୱାର ଫେଲ ମାରୁଛନ୍ତି। କାରଣ ଏ ଚୋର ଏମିତି ସେମିତି ଚୋର ନୁହଁ। କି ଯିଏ ଚାହିଁବ ସିଏ ଧରି ପକାଇବ। କାରଣ ଏ ଚୋର ହେଉଛି ଶୁଆ।
ଅଫିମ ନିଶାରେ ଶୁଆ: ହଁ ଆପଣ ଠିକ୍ ପଢିଲେ। ଏ ଅଫିମ ଚୋର ହେଉଛି ଶୁଆ। ଯାହାକୁ ଏବେ ଘାରିଛି ଅଫିମ ନିଶା। ସେଥିପାଇଁ ତ ପ୍ରତ୍ୟେକ ଦିନ ଚାଷୀଙ୍କ କ୍ଷେତକୁ ଯାଇ ଅଫିମ ଖାଇଯାଉଛି। ଆଉ ଯେତେ ଚେଷ୍ଟା କଲେ ବି ଅଟକାଇ ପାରୁନାହାନ୍ତି ଚାଷୀ। ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି।
ଅଫିମ ନିଶାରେ ପାଗଳ ଶୁଆ। ଆପଣମାନେ ଭାବୁଥିବେ ଅଫିମ ତ ଏକ ନିଶା ଜାତୀୟ ଦ୍ରବ୍ୟ। ଯାହାକୁ ସାଧାରଣତଃ ମଣିଷମାନେ ବ୍ୟବହାର କରିଥାନ୍ତି। ହେଲେ ଶୁଣା କିପରି ଅଫିମକୁ ନିଶା ଭାବରେ ବ୍ୟବହାର କରୁଛି।
ଆଉ ଯଦି ବି ଶୁଆ ଅଫିମ ଖାଉଛି ତାହାଲେ କ’ଣ ତାକୁ ନିଶା ହେଉନି। ଏମିତି ଅନେକ କୌତୁହଳ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ। ହେଲେ ସେ ଯାହା ହେଉନା କାହିଁକି ଏହି ଚୋର ଏବେ ଚାଷୀଙ୍କ ନିଦ ହଜାଇ ଦେଇଛନ୍ତି। ଗୋଟେ କି ଦୁଇଟି ନୁହେଁ। ପଲ ପଲ ଶୁଆ ଆସି ସବୁ ଫସଲ ଖାଇଯାଉଛନ୍ତି।
ଚିନ୍ତାରେ ଚାଷୀ: ଯଦି ଦେଖିବା ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ରାୟବରେଲି ଜିଲ୍ଲାର ଶିବଗଡ଼ ଥାନା ଅଞ୍ଚଳ ଅନ୍ତର୍ଗତ ବେଡାର ଅଞ୍ଚଳରେ। ଯେଉଁଠାରେ ପାଖାପାଖି ୫୦ ବର୍ଷ ହେବ ଚାଷୀ ଏହି ଅଫିମ ଚାଷ କରିଆସୁଛନ୍ତି। ଏଥିପାଇଁ ସେମାନେ ୟୁପି ନାର୍କୋଟିକ୍ସ ବିଭାଗର ପାଖରୁ ଲାଇସେନ୍ସ ମଧ୍ୟ ପାଇଛନ୍ତି।
ହେଲେ ଅଫିମ ଚାଷ କରୁଥିବା ଚାଷୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଅଫିମ ଖାଉଥିବା ଶୁଆପଲଙ୍କ କବଳରୁ ଫସଲକୁ ରକ୍ଷା କରିବା ଚାଷୀଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
କାରଣ ସେମାନେ ଏତେ ଚତୁର ଯେ, ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ କ୍ଷେତରେ ଘୂରି ବୁଲନ୍ତି। ସୁଯୋଗ ପାଇବା ମାତ୍ରେ ସେମାନେ ଅଫିମ ଭାଙ୍ଗି ନିଜ ଥଣ୍ଟରେ ଧରି ଉଡ଼ିଯାଆନ୍ତି। ଗୋଟିଏ ଅଫିମ ଫୁଲପେଟିରୁରୁ ପ୍ରାୟ ୨୦ରୁ ୨୫ ଗ୍ରାମ ଅଫିମ ବାହାର କରାଯାଇଥାଏ।
ନିଶା ନିଶାଗ୍ରସ୍ତ ଶୁଆମାନେ ଦିନକୁ ୩୦ ରୁ ୪୦ଥର ଅଫିମ ଚୋରି କରନ୍ତି। ଯାହା ଚାଷୀମାନଙ୍କର ବହୁତ କ୍ଷତି ପହଞ୍ଚାଉଛି। ଚାଷୀମାନେ ଅଫିମ ଫସଲକୁ ନିଶା ଖୋର ଶୁଆଙ୍କଠାରୁ ରକ୍ଷା କରିବା ପାଇଁ କ୍ଷେତ ଚାରିପାଖରେ ଜାଲ ବିଛାଇଛନ୍ତି। ଏହା ସହିତ, ଏହାକୁ ସୁରକ୍ଷା ଦେବା ପାଇଁ, କ୍ଷେତର କଡ଼ରେ ଏକ ମଞ୍ଚ ତିଆରି କରାଯାଇଛି। ତଥାପି ନିଶାସକ୍ତ ଶୁଆଙ୍କୁ ରୋକା ଯାଇପାରୁନାହିଁ।