fbpx

ଆପଣଙ୍କ ସହିତ ପାର୍ଟନର ବିଶ୍ୱାସଘାତକତା କରୁଛନ୍ତି, ଜାଣିବେ କିପରି?

ପ୍ରତ୍ୟେକ ସମ୍ପର୍କରେ ବିଶ୍ୱାସ ହିଁ ମୂଳଦୁଆ ହୋଇଥାଏ । ବିଶେଷ କରି ପ୍ରେମରେ ପରସ୍ପରକୁ ବିଶ୍ୱାସକୁ ନେବା ନିହାତି ଦରକାର । ଅନେକ ସମୟରେ ଦେଖାଯାଇଥାଏ ଯେ, ଜଣେ ପ୍ରେମକୁ ନେଇ ଖୁବ ସିରିୟସ୍ ଥିବାବେଳେ ଅନ୍ୟଜଣକ ଭିତରେ ଭିତରେ ତାଙ୍କ ସହ ଟାଇମପାସ୍ କରୁଥାନ୍ତି । ଏକଥା ଜଣାପଡ଼ିବା ପରେ କଥା ବହୁତ ଆଗକୁ ଚାଲିଯାଇଥାଏ । ସେ ପୁଅ ହୁଅନ୍ତୁ ବା ଝିଅ, ଯଦି ଜଣେ ଅନ୍ୟଜଣଙ୍କ ବିଶ୍ୱାସରେ ବିଷ ଦେଉଥାଏ, ତେବେ ତାଙ୍କ ଠାରେ ଏହିସବୁ ସଙ୍କେତ ପରିଲକ୍ଷିତ ହୋଇଥାଏ ।

– ଯଦି ଆପଣଙ୍କ ପାର୍ଟନର ବିଜିନେସ୍ ଟ୍ରିପ ବାହାନାରେ ମାସ ମାସ ଘରଠାରୁ ଦୂରରେ ରହୁଥାନ୍ତି, ତେବେ ଆପଣ ଜାଣି ନିଅନ୍ତୁ ‘ଦାଲ ମେ କୁଛ କାଲା ହେ’ । ଅର୍ଥାତ ସେ ଆପଣଙ୍କୁ ଠକୁଛନ୍ତି । ଆପଣ ନିଶ୍ଚିତ ହୋଇଯାଆନ୍ତୁ ଯେ, ପାର୍ଟନର ଆପଣଙ୍କୁ ଛାଡ଼ି ଆଉ କାହା ସମ୍ପର୍କରେ ରହିଛନ୍ତି ।

– ଯେତେବେଳେ ପାର୍ଟନର ଅଫିସ ଟାଇମ ପରେ ବି ଘଣ୍ଟା ଘଣ୍ଟା ବାହାରେ ରହୁଛନ୍ତି, ଏନେଇ ପଚାରିଲେ ସାମାନ୍ୟ କଥାରେ ବିରକ୍ତି ହୋଇଯାନ୍ତି, ତେବେ ଆପଣଙ୍କ ସନ୍ଦେହ ଠିକ ବୋଲି ଭାବିନିଅନ୍ତୁ ।

– ସ୍ମାର୍ଟଫୋନ, ସୋସିଆଲ ମିଡ଼ିଆ ଆକାଉଣ୍ଟ ଠାରୁ ଆପଣଙ୍କୁ ଦୂରେଇ ରଖିବା, ଆପଣଙ୍କ ଠାରୁ ପ୍ରାଇଭେସି ମେଣ୍ଟେନ କରିବା, ହୃଦୟର ସହ ଖୋଲାରେ କଥା ନହେବା ଆଦି ବିଶ୍ୱାସଘାତକତା ଆଉ କିଛି ହୋଇନପାରେ । ତେଣୁ ଆପଣମାନେ ଆଜିଠାରୁ ଏ ଦିଗରେ ନିଜକୁ ସଚେତନ କରିନିଅନ୍ତୁ ।

Get real time updates directly on you device, subscribe now.