fbpx

Breaking News; ବଣାଇ ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା: ୧୫ ଯାତ୍ରୀ ଆହତ, ୫ ଗୁରୁତର

Advertisement

ରାଉରକେଲା: ଘାଟି ମାନଙ୍କରେ ଗାଡ଼ି ଦୁର୍ଘଟଣା ମାମଲା ଖୁବ ବଢିବାରେ ଲାଗିଛି । ଆଜି ବଣାଇ ଘାଟିରେ ଏକ ବସ୍ ଦୁର୍ଘଟଣାର ଶିକାର ହୋଇଛି । ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ପଙ୍କଡିହିରୁ ୩୦ ଜଣ ଯାତ୍ରୀଙ୍କୁ ଧରି ବଣାଇ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି ଯାତ୍ରୀବାହୀ ବସ୍ । ଗୁରୁଣ୍ଡିଆ ଥାନା ତାମଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ହୋଇଛନ୍ତି । ତେବେ ସମସ୍ତଙ୍କ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲକୁ ପଠାଯାଇଥିଲା । କିନ୍ତୁ ସେଠାରୁ ବର୍ତ୍ତମାନ ସମସ୍ତ ଆହତଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.