fbpx

Big Breaking; ଗ୍ରୀଲ ଭାଙ୍ଗି ୨୫ ପୁଟ ତଳକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍: ଏକ୍ସପ୍ରେସ-ୱେ ରେ ବିରାଟ ଦୁର୍ଘଟଣା

ନୂଆଦିଲ୍ଲୀ: ଭେଂସାଲୀ ବସ୍ ଷ୍ଟାଣ୍ଡରୁ ରାଜଧାନୀ ଦିଲ୍ଲୀ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ ଏକ ବିରାଟ ଦୁର୍ଘଟଣାର ଶିକାର ହୋଇଛି । ଦିଲ୍ଲୀ ଯିବା ବାଟରେ ରୋଡୱେଜ ବସ୍ ମେରଠ ଏକ୍ସପ୍ରେସ-ୱେ ଠାରେ ଘଟିଯାଇଛି ଏହି ଭୟଙ୍କର ଦୁର୍ଘଟଣା । ୪୦ ଜଣ ଯାତ୍ରୀଙ୍କୁ ଧରି ଯାତ୍ରା କରୁଥିବା ଏହି ବସ ହଠାତ୍ ୨୫ ପୁଟ ତଳକୁ ଖସି ପଡ଼ିଥିବା ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ୪୦ ଜଣ ଯାତ୍ରୀଙ୍କୁ ନେଇ ମେରଠର ଭେଂସାଲୀ ବସ୍ ଷ୍ଟାଣ୍ଡରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲା ଏହି ବସ୍ । କିନ୍ତୁ ମଝି ରାସ୍ତାରେ ବସ୍ ମେରଠ ଏକ୍ସପ୍ରେସ-ୱେ ରେ ଦୁର୍ଘଟଣାର ଶିକାର ହୋଇଛି । ବସ ଚାଳକଙ୍କୁ ହଠାତ ଦାର୍ଟ ଆଟାକ ଆସିବାରୁ ବସ୍ ଉପରେ ସେ ନିୟନ୍ତ୍ରଣ ହରାଇ ବସିଥିଲେ । ଏହାପରେ ବସଟି ରାସ୍ତା କଡ଼ରେ ଥିବା ଗ୍ରୀଲ ଭାଙ୍ଗି ୨୫ ଫୁଟ ତଳକୁ ଖସି ପଡ଼ିଛି । ତେବେ ଏଭଳି ଘଟଣା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ତଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ଦୁର୍ଘଟଣାରେ ପ୍ରାୟ ୨୧ ଜଣ ଯାତ୍ରୀ ଆହତ ହୋଇଥିବା ଜାଣିବାକୁ ମିଳିଛି । ଦୁର୍ଘଟଣାସ୍ଥଳରୁ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି ।

Get real time updates directly on you device, subscribe now.