fbpx
BSKY
BJD MC SKY
BJD YOUTH SKY

ରେଳଯାତ୍ରୀଙ୍କୁ ଟିକେଟ ମୂଲ୍ୟରେ ମିଳିବ ବଡ ରିହାତି! ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ରେଳବାଇକୁ ନେଇ ଏକ ବଡ ଖୁସିଖବର ସାମନାକୁ ଆସାିଛି । ଏଣିକି ରେଳଯାତ୍ରା ପାଇଁ ଟିକେଟ ମୂଲ୍ୟରେ ମିଳିପାରେ ବଡ ରିହାତି । ଏ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ରିପୋର୍ଟ ଜାରି କରି ସୂଚନା ଦେଇଛନ୍ତି । ରେଳ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବୟାନ ଅନୁସାରେ, ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତୀୟ ରେଳର ରାଜସ୍ୱ ବୃଦ୍ଧି ପାଇଛି । ପ୍ରାୟ ୨.୪୦ ଲକ୍ଷ କୋଟି ଟଙ୍କାର ରେକର୍ଡ ରାଜସ୍ୱ ମିଳିଥିବା ବେଳେ ଏହା ଗତବର୍ଷ ଅପେକ୍ଷା ୪୯,୦୦୦ କୋଟି ଅଧିକ ରହିଛି । ତେଣୁ ଏହା ପରେ ବୟସ୍କମାନଙ୍କ ପାଇଁ ଟିକେଟ ଦରରେ ରିହାତି ମିଳିପାରେ ।

ଭାରତୀୟ ରେଳର ଯାତ୍ରୀ ରାଜସ୍ୱ ବାର୍ଷିକ ଆଧାରେ ୬୧% ବୃଦ୍ଧି ପାଇ ୬୩,୩୦୦ କୋଟି ଟଙ୍କାରେ ପହଞ୍ଚିଛି । ତେବେ ଆଗାମୀ ୩ ବର୍ଷ ପରେ ଭାରତୀୟ ରେଲୱେ ନିଜ ପେନସନ ବ୍ୟ୍ରୟକୁ ସମ୍ପୂର୍ଣ୍ଣ କରିବାରେ ସଫଳ ହୋଇପାରିବ । ଗତବର୍ଷ ଅପେକ୍ଷା ରେଳବାଇ ପେନସନ ଉତ୍ତର ଦାୟିତ୍ୱର କିଛି ଅଂଶ ବହନ କରିବା ପାଇଁ ଅର୍ଥମନ୍ତ୍ରାଳୟ ସହ ଯୋଗାଯୋଗ କରିଥିଲା । ତେବେ ରାଜସ୍ୱ ବୃଦ୍ଧି ତଥା ଖର୍ଚ୍ଚ କମ୍ କରିବାକୁ ପୟାସରେ ପରିଚାଳନା ଅନୁପାତ ୯୮:୧୪%ରେ ପହଞ୍ଚିପାରିଛି । ବୟାନ ଅନୁସାରେ, ସମସ୍ତ ରାଜସ୍ୱ ବ୍ୟୟକୁ ପୂରଣ କରିବା ପରେ ରେଳବାଇ ଆଭ୍ୟନ୍ତରୀଣ ସ୍ତରରୁ ବିନିଯୋଗ ପାଇଁ ୩,୨୦୦କୋଟି ଟଙ୍କା ରୋଜଗାର କରିଛି ।

ସୂଚନା ଅନୁସାରେ, ଭାରତୀୟ ରେଳବାଇ ଦ୍ୱାରା ପ୍ରତିଦିନ ପ୍ରାୟ ୯,୧୪୧ ମାଲଗାଡି ଚାଲୁ ରହିଛି । ଏହାଦ୍ୱାରା ଦୈନିକ ପ୍ରାୟ ୨୦.୩୮ କୋଟି ଟନ୍ ମାଲ ପରିବହନ କରାଯାଇଥାଏ । ଏହାବ୍ୟତୀତ ୪୫୦ କିସାନ୍ ରେଳ ସେବା ମଧ୍ୟ ଚଳାଉଛି ଭାରତୀୟ ରେଲୱେ । ଏହାଦ୍ୱାରା ପ୍ରତିଦିନ ୧.୪୫ ଲକ୍ଷ ଟନ୍ ଆଗ୍ରି କଲଚର ପ୍ରଡକ୍ଟ ପରିବହନ ହୋଇଥାଏ ।

Get real time updates directly on you device, subscribe now.