fbpx

ମୁଣ୍ଡ ଉପରେ ନ ଥିଲା ଛାତ, ୧୨ ବର୍ଷ ଲାଗି ମାଟିର ପାହାଡ ଖୋଳି ତିଆରି କରିଦେଲେ ମହଲ ପରି ଘର

ହରଦୋଇ: ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲାର ଜଣେ ଯୁବକ ଏପରି କାର୍ୟ୍ୟ କରି ଦେଖାଛନ୍ତି ଯାହାକୁ ନେଇ ଏବେ ସେ ସବୁଠି ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି । ଏହି ଯୁବକଙ୍କ ମଧ୍ୟରେ ମାଉଣ୍ଟେନ ମ୍ୟାନ ଦଶରଥ ମାଞ୍ଝିଙ୍କ ପରି ଉତ୍ସାହ ଦେଖିବାକୁ ମିଳିଛି । ନିଜ ଚେଷ୍ଟାରେ ଯୁବକ ଜଣକ ଜମି ତଳେ ମହଲ ନିର୍ମାଣ କରି ଦେଇଛନ୍ତି ।
କୌଣସି କାର୍ୟ୍ୟ କରିବା ଲାଗି ମଣିଷ ଉପରେ ଯେତେବେଳେ ଏକ ଜୁନୁନ ସବାର ହୋଇଯାଏ ସେତେବେଳେ ସେ ବଡରୁ ବହୁ ବଡ କଠିନ କାର୍ୟ୍ୟକୁ ବି ସହଜରେ କରି ଦେଖାଇଥାଏ । କିଛି ଏପରି ଚିତ୍ର ଦେଖିବାକୁ ମିଳିଛି ଜନପଦ ହରଦୋଇ ତହସିଲ ଶାହାବାଦରେ । ଏଠାରେ ଜଣେ ଯୁବକ କଠିନ ପରିଶ୍ରମ କରି ୧୨ ବର୍ଷ ଭିତରେ କୋଦାଳ ଓ କୋଡି ସାହାଯ୍ୟରେ ଜମି ତଳେ ଏକ ମହଲ ନିର୍ମାଣ କରିପାରିଛନ୍ତି । ଯାହା ଦେଖିବା ପରେ ଲୋକଙ୍କୁ ଦଶରଥ ମାଞ୍ଝିଙ୍କ ସାହାସର କଥା ମନେ ପଡିଯାଇଛି ଯିଏ ପାହାଡକୁ କୋଡି କୋଦାଳରେ କାଟି ଏକାକୀ ରାସ୍ତା ନିର୍ମାଣ କରିଥିଲେ ।

ପ୍ରକୃତରେ ଘଟଣାଟି ହେଉଛି ତହସିଲ ଶାହାବାଦର ମୋହଲ୍ଲା ଖେଡା ବିବିଜଡ ଠାରୁ କିଛି ଦୂରରେ ଏକ ବଡ ମାଟିର ପାହାଡ ଥିଲା ଯାହାକୁ ଏହି ଯୁବକ କୋଡି କୋଦାଳ ସାହାଯ୍ୟରେ ସମତୁଲ କରି ଏହାର ତଳେ ଏକ ମହଲ ପ୍ରସ୍ତୁତ କରି ଦେଇଛନ୍ତି । ଇରଫାନ ବା ପପୁ ବାବା ଭାବରେ ପରିଚିତ ଏହି ଯୁବକ ଗତ ୧୨ ବର୍ଷ ମଧ୍ୟରେ କୋଡି ଓ କୋଦାଳ ସାହାଯ୍ୟରେ ମାଟି ତଳେ ୧୧ ରୁମ୍ ବିଶିଷ୍ଟ ଦୁଇ ମହଲା କୋଠା ନିର୍ମାଣ କରି ଦେଇଛନ୍ତି । ହରଦୋଇର ଏହି ଯୁବକ ନିଜ ହାତରେ ମାଟିକୁ କାଟି କାଟି ୧୨ ବର୍ଷ ଭିତରେ ଏହି ସୁନ୍ଦର ମହଲ ନିର୍ମାଣ କରିବାକୁ ସମର୍ଥ ହୋଇଛନ୍ତି ।

ଏହି ମହଲକୁ ସେ ୨୦୧୧ରେ ନିର୍ମାଣ ଆରମ୍ଭ କରିଥିଲେ ଓ ସେବେଠାରୁ ଲଗାତର ଏହା ନିର୍ମାଣ କରି ଆସୁଛନ୍ତି । ଏହି ମହଲ ମଧ୍ୟରେ ୧୧ ରୁମ୍, ଏକ ମସଜିଦ୍ ଓ କିଛି ସିଡି ରହିଛି । ପପୁ ପ୍ରଥମେ ଏକ ବସ୍ତିରେ ରହୁଥିଲେ । ଏବେ ଏହି ଘର ତିଆରି କରିବା ପରେ ସେ ଏଠାକୁ ନିଜ ମା’ ଓ ବାକି ସଦସ୍ୟଙ୍କ ସହ ସିଫ୍ଟ ହୋଇ ଯାଇଛନ୍ତି ।

Get real time updates directly on you device, subscribe now.