fbpx

ଏ କି ଅପରେସନ୍ ! ଷ୍ଟୋନ୍ କାଢ଼ିବାକୁ ପହଞ୍ଚିଥିଲେ ରୋଗୀ, କିନ୍ତୁ ଆପେଣ୍ଡିକ୍ସ ବାହାର କରିଦେଲେ ଡାକ୍ତର

କୋଲକାତା: ପଶ୍ଚିମବଙ୍ଗର ପୁରୁଲିଆରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହେଉଥିଲା । ଯେତେବେଳେ ସେ ଡାଇଗ୍ନୋଷ୍ଟିକ୍ ସେଣ୍ଟରରେ ପେଟ ଯାଞ୍ଚ କରିଥିଲେ, ରିପୋର୍ଟରେ ଗଲ୍ ବ୍ଲାଡରରେ ଷ୍ଟୋନ୍ ଥିବା ଜଣାପଡିଥିଲା । ଏହା ପରେ ଯେତେବେଳେ ସେ ଡାକ୍ତରଙ୍କୁ ଭେଟିଥିଲେ , ସେମାନେ ତାଙ୍କୁ ଅପରେସନ୍ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବ୍ୟକ୍ତିଙ୍କର ପିଲାଦିନରୁ ପେଟରେ ଗଲ୍ ବ୍ଲାଡର ନଥିଲା । ଅନ୍ୟପଟେ ଡାକ୍ତର ଅବହେଳା ପ୍ରଦର୍ଶନ କରି ରୋଗୀର ଆପେଣ୍ଡିକ୍ସରେ ଅପରେସନ୍ କରିଥିଲେ ।

ପୀଡିତା ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ପୋଲିସର ଜଣେ କନଷ୍ଟେବଳ । ଏବେ ପଶ୍ଚିମବଙ୍ଗ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ନିୟାମକ ଆୟୋଗ (ଡବ୍ଲୁବିସିଇଆରସି) ରୋଗୀର ଚିକିତ୍ସା ସମୟରେ ପରୀକ୍ଷା ଖର୍ଚ୍ଚ ବହନ କରିବାକୁ ଡାଇଗ୍ନୋଷ୍ଟିକ୍ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ଡବ୍ଲୁବିସିଇଆରସି ଅଭିଯୁକ୍ତ ଡାକ୍ତର ଏବଂ ରେଡିଓଲୋଜିଷ୍ଟଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବାକୁ ମଧ୍ୟ ପରାମର୍ଶ ଦେଇଛି ।

ସୂଚନା ମୁତାବକ, ପୀଡିତାଙ୍କ ନାମ ସୁମନ ବେରା । ମେ ମାସରେ ସେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଯେତେବେଳେ ସେ ସହରର ଏକ ଡାଇଗ୍ନୋଷ୍ଟିକ୍ ସେଣ୍ଟରରେ ପେଟ ଅଲଟ୍ରାସାଉଣ୍ଡ ଯାଞ୍ଚ କରିଥିଲେ, ସେବେ ରେଡିଓଲୋଜିଷ୍ଟ ୧୪.୩ ସେମି ପଥର ବିଷୟରେ ଜଣାଇଥିଲା । ଜୁନ୍ ୧୩ ରେ ସୁମନ ବେରାଙ୍କୁ ଅସ୍ତ୍ରୋପଚାର ପାଇଁ ମିଡନାପୁରର ଦୁର୍ଗା ମ୍ୟାଟରନିଟି ଆଣ୍ଡ ଚାଇଲ୍ଡ କେୟାରରେ ଭର୍ତ୍ତି କରାଯାଇଥିଲା । ଏଠାରେ ଡାକ୍ତର ତାଙ୍କାର ଆପେଣ୍ଡିକ୍ସ ଅପରେସନ୍ କରିଥିଲେ ।

Get real time updates directly on you device, subscribe now.