fbpx

ମହିଳା ରୋଗୀଙ୍କ ସହ ଦୁଷ୍କର୍ମ କରୁଥିଲା କମ୍ପାଉଣ୍ଡର, ସ୍ୱାମୀ ଦେଖିଦେବାରୁ…

ଆଜମଗଡ଼: ଉତ୍ତରପ୍ରଦେଶ ଆଜମଗଡ଼ରୁ ଏକ ଆଶ୍ଚର୍ଯ୍ୟଜନକର ଘଟଣା ସାମ୍ନାକୁ ଆସିଛି । ସେଠାରେ ଏକ ଘରୋଇ ହସ୍ପିିଟାଲରେ ଭତ୍ତି ହୋଇଥିବା ମହିଳା ରୋଗୀଙ୍କୁ ଦୁଷ୍କର୍ମ କରିଛି କମ୍ପାଉଣ୍ଡର । ଅଭିଯୋଗ ଆଧାରରେ ପୋଲିସ କମ୍ପାଉଣ୍ଡରକୁ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି ।

କୁହାଯାଉଛି ଯେ, ୨୫ ବର୍ଷୀୟା ପୀଡ଼ିତାଙ୍କୁ କିଛି ଦିନ ପୂର୍ବରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୀଡ଼ିତାଙ୍କୁ ଥଣ୍ଢା, ଜ୍ୱର ହୋଇଥିବା ବେଳେ ବିଳମ୍ବିତ ରାତିରେ କମ୍ପାଉଣ୍ଡର ତାଙ୍କ ସହ ଦୁଷ୍କର୍ମ କରିଥିଲା । ଏହି ଘଟଣା ଆଜମଗଡ଼ର ଜୀୟନପୁର କେରୱାଲୀ ଅଞ୍ଚଳର ଏକ ଘରୋଇ ମେଡିକାଲରେ ଘଟିଛି । ପୀଡିତାଙ୍କ ସ୍ୱାମୀ ଅଭିଯୋଗ କରି କହିଛନ୍ତି ଯେ, ବିଳମ୍ବିତ ରାତିରେ କମ୍ପାଉଣ୍ଡର ତାଙ୍କ ପତ୍ନୀଙ୍କ ସହିତ ଦୁଷ୍କର୍ମ କରୁଥିଲା । ଶବ୍ଦ ଶୁଣି ସେ ଉଠି ପଡିବାରୁ କମ୍ପାଉଣ୍ଡର ସେଠାରୁ ଚମ୍ପଟ ମାରିଥିଲା ।

ଏହା ପରେ ପୀଡ଼ିତାଙ୍କ ସ୍ୱାମୀ ଚିଲ୍ଲାଇଥିଲେ, ଯାହାଫଳରେ ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ମାମଲାକୁ ନେଇ ତୁରନ୍ତ ପୋଲିସକୁ ଖବର ଦିଆଗଲା । ପୋଲିସ ଆସି କମ୍ପାଉଣ୍ଡରକୁ ଗିରଫ କରିବା ସହିତ ପଚରାଉଚରା ଜାରି ରଖିଛି । କୁହାଯାଉଛି ଯେ ଅଭିଯୁକ୍ତ କମ୍ପାଉଣ୍ଡର ମେଡିକାଲରେ ଗତ ୪ ବର୍ଷ ହେବ ଚାକିରି କରୁଥିଲା ।

Get real time updates directly on you device, subscribe now.