fbpx

ମାଗଣାରେ ଦେଖନ୍ତୁ ଏହି ୧୩ଟି ଭୂତ ଫିଲ୍ମ, ଯାହା ବଦଳରେ କମ୍ପାନୀ ଦେବ ୧ ଲକ୍ଷ ଟଙ୍କାର ପୁରସ୍କାର

ସାଧାରଣତଃ ଲୋକମାନେ ଖାଲି ସମୟରେ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ଓ ଏଥିପାଇଁ ସେମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାରକୁ ମଧ୍ୟ ପଛାନ୍ତି ନାହିଁ । କିନ୍ତୁ ଆପଣ ଜାଣନ୍ତି କି, ଆପଣ ଭୂତ ଫିଲ୍ମ ଦେଖି ମଧ୍ୟ ଟଙ୍କା ରୋଜଗାର କରିପାରିବେ । ୧୩ଟି ଭୟଙ୍କର ଓ କ୍ଲାସିକଲ ଫିଲ୍ମ ଦେଖୁଥିବା ବ୍ୟକ୍ତିକୁ ଏକ କମ୍ପାମୀ ୧୩୦୦ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପାଖାପାଖି ୯୫,୪୪୮ ଟଙ୍କାର ପୁରସ୍କାର ଦେବ । କମ୍ପାନୀ ଏହି ବ୍ୟକ୍ତିଙ୍କ ମାଧ୍ୟମରେ ଉଚ୍ଚ ଓ ସ୍ୱଳ୍ପ ବଜେଟର ଫିଲ୍ମକୁ ଡର ସହିତ ତୁଳନା କରିବା ସହ ସେମାନଙ୍କ ହୃଦସ୍ପନ୍ଦନ ଉପରେ ନଜର ରଖିବ ଓ ଏଥିପାଇଁ ଟଙ୍କା ଦେବ ।

ଫିଲ୍ମ ଦେଖିବା ସମୟରେ ମନୋନୀତ ପ୍ରାର୍ଥୀଙ୍କ ହୃଦସ୍ପନ୍ଦନ ଟ୍ରାକ କରିବା ପାଇଁ ଫିଟବିସ୍ ଡିଭାଇସର ଉପଯୋଗ କରାଯିବ । ୱେବସାଇଟ୍ ଦ୍ୱାରା ଚୟନ କରାଯାଇଥିବା ଫିଲ୍ମଗୁଡିକ ହେଉଛି- Amityville Horror, A Quiet Place, A Quiet Place Part 2, Candyman, Insidious, The Blair Witch Project, Sinister, Get Out, The Purge, Paranormal Activity, Halloween ର ୨୦୧୮ ରିମେକ୍ । ଏହି କାମ ପାଇଁ ମନୋନୀତ ପ୍ରାର୍ଥୀଙ୍କୁ ୧,୩୦୦ ଡଲାର ପ୍ରଦାନ କରାଯିବ । ଏଥିପାଇଁ ଆବେଦନ କରିବାର ଶେଷ ସମୟ ୨୬ ସେପ୍ଟେମ୍ବର ରଖାଯାଇଛି । ୧ ଅକ୍ଟୋବରରେ ବିଜେତା ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ।

Get real time updates directly on you device, subscribe now.