fbpx

ଉଡିଗଲା ଶ୍ରୀମନ୍ଦିରର ପତିତପାବନ ବାନା, ଏଥର ଧ୍ୱଂସ ହେବ କି ପୃଥିବୀ?

ପୁରୀ,୧୮ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବଢି ଚାଲିଥିବା ବେଳେ ବାତ୍ୟା ‘ଅମ୍ଫନ’ ଡରାଇବାରେ ଲାଗିଲାଣି । ଏହାରି ମଧ୍ୟରେ ପୁରୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି, ଯାହାକୁ ନେଇ ରାଜ୍ୟବାସୀ ଆତଙ୍କୀତ । ସାଢେ ଚାରିକୋଟି ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମରେ ଏହି ଅଘଟଣ ଘଟିଯାଇଛି । ଶ୍ରୀମନ୍ଦିର ନୀଳଚକ୍ରରେ ଥିବା ପତିତପାବନ ବାନା ଉଡିଯାଇଛି । ଏହାକୁ ଅଶୁଭ ସଙ୍କେତ ବୋଲି ଭାବିବା ସହ ଲୋକମାନେ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଲେଣି । ମଧ୍ୟାହ୍ନ ସମୟରେ ଜୋରରେ ପବନ ବହିବାରୁ ବାନା ଉଡିଯାଇଥିବା ସୂଚନା ମିଳିଛି । କେହି କେହି ଏଥର ପୃଥିବୀ ଧ୍ୱଂସ ହେବ ବୋଲି ମଧ୍ୟ କହିଲେଣି । ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସନ୍ଧ୍ୟାରେ ବାନା ପୁଣି ବନ୍ଧାଯିବ ବୋଲି ଚୂନରା ସେବାୟତ କହିଛନ୍ତି । ସେହିପରି ସାମୁଦ୍ରିକ ଝଡ ଫୋନି ଆସିବା ପୂର୍ବରୁ ମଧ୍ୟ ଶ୍ରୀମନ୍ଦିରର ପତିତପାବନ ବାନା ଉଡିଯାଇଥିଲା ।

Get real time updates directly on you device, subscribe now.