fbpx

ମେ ୩୧ ଯାଏଁ ବଳବତ୍ତର ରହିବ ୧୨ଘଣ୍ଟିଆ କର୍ଫ୍ୟୁ

ଭୁବନେଶ୍ୱର, ୧୮ା୫(ଓଡ଼ିଶା ଭାସ୍କର): ମେ ୩୧ଯାଏଁ ଲକଡାଉନ ବଢ଼ାଇଛନ୍ତି କେନ୍ଦ୍ର ସରକାର । ଲକ ଡାଉନ ସମୟରେ ସନ୍ଧ୍ୟା ୭ରୁ ସକାଳ ୭ଯାଏଁ ୧୪୪ଧାରା ଜାରି ରହିବ । ଏହି ସମୟରେ ଘରୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଛି । ଅଣଜରୁରୀ କାମରେ ବାହାରିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ମେ ୩୧ ତାରିଖ ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ତାଲାବନ୍ଦ-୩ ବେଳେ ୧୨ଘଣ୍ଟିଆ କର୍ଫ୍ୟୁ ଲାଗୁ ହୋଇଥିଲା । ତାଲାବନ୍ଦ-୪ରେ ମଧ୍ୟ ଏହି କଟକଣା ବଳବତ୍ତର ରହିବ । ଏନେଇ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.