fbpx

ରକ୍ଷା ବନ୍ଧନରେ ସବୁଠାରୁ ଅଧିକ ରାକ୍ଷୀ ବାନ୍ଧିଥାନ୍ତି ଏହି ଶିକ୍ଷକ, ଧାଡିରେ ଛିଡା ହୋଇ ୧୦,୦୦୦ ଛାତ୍ରୀ ଜଣ ଜଣ କରି ବାନ୍ଧିଥାନ୍ତି ରାକ୍ଷୀ

ପାଟନା: ସ୍ନେହ, ପ୍ରେମ, ଭଲପାଇବାର ପବିତ୍ର ବନ୍ଧନ ହେଉଛି ରକ୍ଷା ବନ୍ଧନ । ଭାଇ ଓ ଭଉଣୀର ପବିତ୍ର ସଂପର୍କକୁ ଆହୁରି ସୁଦୃଢ କରିଥାଏ ଏହି ରକ୍ଷା ସୂତ୍ର । ଏହି ରକ୍ଷା ବନ୍ଧନ ଉତ୍ସବ ଉପଲକ୍ଷେ ଏକ ଭଲ ଖବର ସାମ୍ନାକୁ ଆସିଛି । ବିହାର ପାଟନାର ଜଣେ ଶିକ୍ଷକ ଏହି ଉପଲକ୍ଷେ ନିଜ ହାତରେ ବାନ୍ଧିଛନ୍ତି ୭୦୦୦ ରାକ୍ଷୀ । ଏହା ତାଙ୍କ ହାତରେ ତାଙ୍କର କେହି ଭଉଣୀ ବାନ୍ଧି ନାହାନ୍ତି ବରଂ ତାଙ୍କର ସମସ୍ତ ଛାତ୍ରୀ ତାଙ୍କ ହାତରେ ଆଜି ରାକ୍ଷୀ ବାନ୍ଧିଛନ୍ତି ।

ପାଟନାରେ ଚର୍ଚ୍ଚିତ ଏହି ଶିକ୍ଷକ ନିଜ କୋଚିଂ ସେଣ୍ଟରରେ ଆଜି ରକ୍ଷା ବନ୍ଧନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଖାନ୍ ସାର୍ଙ୍କ ପାଖରେ ପଢିଥିବା ୧୦ ହଜାର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ଜଣ ଜଣ କରି ସମସ୍ତ ଛାତ୍ରୀ ଧାଡିରେ ଛିଡା ହୋଇ ସାରଙ୍କ ଡାହାଣ ହାତରେ ରାକ୍ଷୀ ବାନ୍ଧି ତାଙ୍କ ଠାରୁ ଆଶୀର୍ବାଦ ନେଇଥିଲେ । ରାକ୍ଷୀ ବାନ୍ଧିବା ଲାଗି ଛାତ୍ରୀଙ୍କ ମଧ୍ୟରେ ଉତ୍ସାହକୁ ଦେଖି ସାର୍ ଜଣ ଜଣ କରି ସମସ୍ତ ପାଖକୁ ଆସି ନିଜ ହାତରେ ରାକ୍ଷୀ ବନ୍ଧାଇଥିଲେ ।

ଖାନ୍ ସାର କହିଛନ୍ତି ପ୍ରତିବର୍ଷ ମୁଁ ମୋ ଛାତ୍ରୀଙ୍କ ଠାରୁ ରାକ୍ଷୀ ବନ୍ଧାଇଥାଏ । ସେ କହିଛନ୍ତି ମୁଁ ଏହା ମଧ୍ୟ ଦାବୀ କରୁଛି ମୋ ଠାରୁ ଅଧିକ ରାକ୍ଷୀ ଆଉ କେହି ବି ବାନ୍ଧୁ ନ ଥିବେ । ମୋର ମୋ ଭଉଣୀମାନଙ୍କ ପ୍ରତି କର୍ତ୍ତବ୍ୟ ରହିଛି ଯେ, ମୁଁ ସେମାନଙ୍କୁ ଭଲ ଭାବରେ ଶିକ୍ଷାଦାନ କରି ସେମାନଙ୍କୁ ସଫଳତା ଆଣିଦେବୁ । ସେମାନେ ଭଲ ପାଠ ପଢି ନିଜକୁ ଯେପରି ଭାବରେ ଦୁନିଆରେ ପ୍ରତିଷ୍ଠିତ କରାଇବେ ସେ ଦିଗରେ ତାଙ୍କର ପ୍ରଚେଷ୍ଟା ଜାରି ରହିବ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ବହୁ ଦୂର ଦୂରାନ୍ତରୁ ତାଙ୍କ ପାଖକୁ ପିଲାମାନେ ପାଠ ପଢିବାକୁ ଆସନ୍ତି । ସେମାନଙ୍କ ମନ ମଧ୍ୟରେ ପରିବାରର ଅଭାବବୋଧ ଯେପରି ନ ରହିବ ସେଥିପାଇଁ ସେ ସେମାନଙ୍କ ଭାଇ ପରି ଦାୟିତ୍ୱ ନିର୍ବାହ କରିଥାନ୍ତି ।

 

Get real time updates directly on you device, subscribe now.