fbpx

୭୦ ବର୍ଷ ଧରି ଲୌହ ଫୁସଫୁସ ସହ ରହୁଥିଲେ ପଲ୍ ଆଲେକଜାଣ୍ଡର, ଜାଣନ୍ତୁ କେପରି ହେଲା ମୃତ୍ୟୁ?…

ନୂଆଦିଲ୍ଲୀ : ପଲ୍ ଆଲେକଜାଣ୍ଡର ନାମକ ଜଣେ ବ୍ୟକ୍ତି, ଯିଏ ଏକ ଲୁହା ଫୁସଫୁସ ଭିତରେ ୭୦ ବର୍ଷ ବିତାଇଥିଲେ । ଯିଏ କି ଏବେ ୭୮ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ପିଲାଦିନେ ତାଙ୍କୁ ପୋଲିଓ ହୋଇଥିଲା। ଆଲେକଜାଣ୍ଡର ୬ ବର୍ଷ ବୟସରେ ପୋଲିଓ ରୋଗରେ ପୀଡ଼ିତ ହୋଇଥିଲେ । ଏହାପରେ ତାଙ୍କୁ ୬୦୦ ପାଉଣ୍ଡର ଏକ ଧାତୁ ନିର୍ମିତ ଢାଞ୍ଚା ଭିତରେ ରହିବାକୁ ବାଧ୍ୟ କରାଯାଇଥିଲା। ଏହି କାରଣରୁ ୧୯୫୨ ମସିହାରେ ତାଙ୍କ ବେକର ତଳ ଭାଗ ପକ୍ଷାଘାତ ହୋଇଥିଲା। ଯେଉଁକାରଣରୁ ସେ ନିଜେ ନିଶ୍ୱାସ ନେଇ ପାରୁ ନଥିଲେ। ଲକ୍ଷଣ ଦେଖାଦେବାରୁ ତାଙ୍କୁ ଟେକ୍ସାସ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କୁ ଶେଷରେ ମେକାନିକାଲ ଫୁସଫୁସ୍ ଭିତରେ ରଖାଯାଇଥିଲେ।

ପଲ୍ ଆଲେକଜାଣ୍ଡରଙ୍କ ମୃତ୍ୟୁ ଖବର ଇଣ୍ଟରନେଟରେ ଆସିବା ମାତ୍ରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି । ପୋଲିଓ ରୋଗରେ ପୀଡ଼ିତ ଥିବା ବେଳେ ସେ ବହୁତ ଖରାପ ସମୟ ଦେଖିଥିଲେ । ସେ ଜଣେ ଓକିଲ ଏବଂ ଜଣେ ପ୍ରକାଶିତ ଲେଖକ ମଧ୍ୟ ଥିଲେ । ତାଙ୍କର କାହାଣୀ ସବୁଆଡେ ପ୍ରସିଦ୍ଧ ଥିଲା । ଯାହା ସମଗ୍ର ବିଶ୍ୱର ଲୋକଙ୍କୁ ସକାରାତ୍ମକ ଭାବରେ ପ୍ରଭାବିତ କରିବା ସହ ଲୋକଙ୍କୁ ବହୁତ ପ୍ରେରଣା ମଧ୍ୟ ଦେଇଥିଲା । ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଏହି ରୋଗ ତାଙ୍କୁ ଗୁରୁତର ଭାବେ ପ୍ରଭାବିତ କରିଥିଲା ଏବଂ ନିଶ୍ୱାସ ନେବା ପାଇଁ ଏକ ମେସିନ୍ ବ୍ୟବହାର କରିବାକୁ ବାଧ୍ୟ ହୋଇଥିଲେ।

 

 

Get real time updates directly on you device, subscribe now.