fbpx

ଖୁବ୍‌ଶୀଘ୍ର ଅଭିନେତ୍ରୀ ପାୟଲଙ୍କ ହାତ ଧରିବେ ସଂଗ୍ରାମ, ଆଗ୍ରା ଜେପି ପ୍ୟାଲାେସ୍‌ରେ ପଡିବ ହାତଗଣ୍ଠି !

ମୁମ୍ବାଇ: କୁହାଯାଏ ଯୋଡ଼ି ସ୍ୱର୍ଗରେ ସ୍ଥିର ହୋଇଥାଏ । ଯେତେ ଯାହା ପ୍ରତିବନ୍ଧକ ଆସିଲେବି ଯିଏ ଯାହା ପାଇଁ ସେ ତାକୁ ହିଁ ପାଇବ । ଏମିତି ଦୁଇ ପ୍ରେମପକ୍ଷୀ ହେଲେ ଅଭିନେତ୍ରୀ ତଥା ଲକଅପ୍‌ ପ୍ରତିଯୋଗୀ ରହିଥିବା ପାୟଲ ରୋହତଗୀ ଓ ରେସଲର ସଂଗ୍ରାମ ସିଂହ । ଦୁହିଁଙ୍କର ପଥ ଓ ପନ୍ଥା ଅଲଗା, ହେଲେ ପ୍ରେମ ସେମାନଙ୍କୁ କରିପାରିଛି ଖୁବ୍‌ ନିକଟତର । ଆଉ ଯେଉଁଥି ପାଇଁ ସେମାନେ ଏବେ ପରସ୍ପରକୁ ଜୀବନ ସାଥି ରୂପେ ଆପଣେଇଛନ୍ତି ।

ଦୁହେଁ ୧୨ ବର୍ଷ ହେଲା ପରସ୍ପରକୁ ଡେଟ୍‌ କରୁଥିଲେ । ଲକଅପ୍‌ରେ ଯେବେ ପାୟଲ ଥିଲେ ସଂଗ୍ରାମ ଘୋଷଣା କରିଥିଲେ କି ଅଭିନେତ୍ରୀ ବାହାରକୁ ଆସିବା କ୍ଷଣି ବିବାହ କରିବେ । ଆଗ୍ରାର ହାଇୱେରେ ହୋଇଥିବା ସାକ୍ଷାତ ଏବେ ୭ ଜନମର ସମ୍ୱନ୍ଧ ଗଢ଼ିବ । ୯ ଜୁଲାଇ ୨୦୨୨ର ଏହି ଶୁଭ ଦିନରେ ଏହି ଦୁଇ ସୁନ୍ଦର ଯୋଡ଼ି ବିବାହ କରିବାକୁ ଯାଉଛନ୍ତି । ଆଗରୁ ଅନୁମାନ କରାଯାଉଥିଲା କି, ଏହି ବିବାହ ଗୁଜରାଟ, ରାଜସ୍ଥାନ, ନୁହେଁତ ହରିଆଣାରେ ହେବ। ହେଲେ ସଂଗ୍ରାମ ସିଂହ ଏହା ପୂର୍ବରୁ ପରଦା ହଟାଇଛନ୍ତି ଏବଂ ସେ କହିଛନ୍ତି ଯେ ବିବାହ ଆଗ୍ରାର ଜେପି ପ୍ୟାଲେସ୍‌ରେ ହେବ । ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ମାଧ୍ୟମରେ ପାୟଲ ଓ ସଂଗ୍ରାମ କହିଥିଲେ କି ସେ ଏହି ବର୍ଷ ଜୁଲାଇରେ ବିବାହ କରିବେ ।

ସଂଗ୍ରାମ ସିଂହ କୁହନ୍ତି , ଭାଗ୍ୟ ହିଁ ସବୁକିଛି ସ୍ଥିର କରିଥାଏ । ମୁଁ ପାୟଲଙ୍କୁ ଆଗ୍ରା ମଥୁର ରୋଡ୍‌ରେ ପ୍ରଥମ ଥର ଭେଟିଥିଲି । ଆମେ ଜୁଲାଇରେ ଆଗ୍ରା ଜେପି ପ୍ୟାଲେସ୍‌ରେ ବିବାହ କରିବାକୁ ଯାଉଛୁ । ୩ ଦିନ ଯାଏ ମେହନ୍ଦୀ , ହଳଦୀରେ ସବୁ ରୀତିନୀତି ସଂପନ୍ନ ହେବ । ଆଗ୍ରାରେ ବହୁତ ବଡ଼ ବଡ଼ ପୁରୁଣା ସାଂସ୍କୃତିକ ମନ୍ଦିର ଅଛି । ଆମେ ମନ୍ଦିରରେ ପରିବାରଲୋକଙ୍କ ଉପସ୍ଥିତିରେ ବିବାହ କରିବୁ । ଆଗ୍ରା ପ୍ରେମର ପ୍ରତୀକ ପାଇଁ ଜଣାଶୁଣା । ଏହାପରେ ଆମେ ଦିଲ୍ଲୀ ଓ ମୁମ୍ୱାଇରେ ରିସେପ୍ସନ ରଖିବୁ । ଏହାପରେ ହରିଆଣାର ଲୋକଙ୍କ ପାଇଁ ମଧ୍ୟ ଆମେ ମିଠା ଓ ଲଡ଼ୁ ପଠାଇବୁ ।

Get real time updates directly on you device, subscribe now.