fbpx

ପେଟିଏମ୍‌ ସଂସ୍ଥାପକ ବିଜୟ ଶେଖର ଗିରଫ, ଡିସିପିଙ୍କ ଗାଡିକୁ ଧକ୍କା ଦେଇ ଚମ୍ପଟ୍ ମାରୁଥିବା ବେଳେ ମାଡ଼ି ବସିଲା ପୋଲିସ

ନୂଆଦିଲ୍ଲୀ: ପେଟିଏମର ସଂସ୍ଥାପକ ତଥା ଭାରତୀୟ ଯୁବ ଉଦ୍ୟୋଗୀ ବିଜୟ ଶେଖର ଶର୍ମାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଦିଲ୍ଲୀର ମାଲବିୟ ନଗରରେ ଥିବା ମଦର ଇଣ୍ଟରନ୍ୟାସନାଲ ସ୍କୁଲ ନିକଟରୁ ତାଙ୍କୁ ପୋଲିସ ଗିରଫ କରିଛି । ପୋଲିସ କହିଛି କି ଏକ ଗାଡିକୁ ଧକ୍କା ଦେଇ ବିଜୟ ଶେଖର ପଳାଇଯାଉଥିବା ବେଳେ ତାଙ୍କୁ ଗିରଫ କରାଯାଇଛି । ଏହି ଦୁର୍ଘଟଣା ଫେବୃଆରୀ ୨୨ ତାରିଖରେ ଘଟିଥିବା ବେଳେ ଦିଲ୍ଳୀ ପୋଲିସ ବିଜୟଙ୍କୁ ରବିବାର ଗିରଫ କରିଛି ।

ପୋଲିସର ସୂଚନା ମୁତାବକ ବିଜୟ ଶେଖରଙ୍କ ଜାଗୱାର ଲ୍ୟାଣ୍ଡ ରୋଭର ଗାଡି ଦକ୍ଷୀଣ ଦିଲ୍ଲୀର ଡିସିିପିଙ୍କ ଗାଡିକୁ ଧକ୍କା ଦେଇଥିଲା । ଏହାପରେ ବିଜୟ ଶେଖର ଗାଡିସହ ଫେରାର ହୋଇଯାଇଥିଲେ । ଡିସିପି ଙ୍କ ଗାଡି ନେଇ ତାଙ୍କ ଡ୍ରାଇଭର ତେଲ ପକାଇବାକୁ ଆସିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ‘ପେଟିଏମ’ ର ସଂସ୍ଥାପକ ବିଜୟ ଶେଖର ଶର୍ମା ୪୦ ବର୍ଷରୁ କମ ଭାରତୀୟ ଉଦ୍ୟୋଗପତିଙ୍କ ମଧ୍ୟରେ ଏକମାତ୍ର ଆରବପତି ।

Get real time updates directly on you device, subscribe now.