fbpx
BJD
BJD SKY
BJD SKY

ପଞ୍ଜାବ-ଦିଲ୍ଲୀ ମ୍ୟାଚ୍‌ ପାଇଁ ସବୁଜ ସଂକେତ ଦେଲା ବିସିସିଆଇ, ବଦଳିଲା ମ୍ୟାଚ୍ ଭେନ୍ୟୁ

ମୁମ୍ବାଇ:ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜର ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ଅନ୍ୟ ୪ ସପୋର୍ଟ ଷ୍ଟାଫ୍‌ ବର୍ତ୍ତମାନ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ମାର୍ଶଙ୍କୁ ମେଡିକାଲରେ ଭର୍ତ୍ତି କରା ଯାଇଛି । ଆଜି ପଞ୍ଜାବ କିଙ୍ଗସ-ଦିଲ୍ଲୀ ଆଇପିଏଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆ ଯାଇଛି । କାରଣ ଦୁଇ ଦଳର ଅନ୍ୟ କୌଣସି ଖେଳାଳି କରୋନାରେ ସଂକ୍ରମିତ ହୋଇ ନାହାନ୍ତି । କେବଳ ପୁଣେରୁ ଏହି ମ୍ୟାଚ ମୁମ୍ବାଇକୁ ସ୍ଥାନାନ୍ତରୀତ ହୋଇ ଯାଇଛି ।

ଦର ଫିଜିଓ ପ୍ୟାଟ୍ରିକ ଫରହତ ପ୍ରଥମେ ଏଥିରେ ଆକ୍ରାନ୍ତ ହେବା ପରେ ଅନ୍ୟ ୪ଜଣ ଏହି ମହାମାରୀ ଭୂତାଣୁର ଶୀକାର ହୋଇଛନ୍ତି । ତେବେ ମଙ୍ଗଳବାର ଦୁଇ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କର ଆରଟି-ପିସିଆର ପରୀକ୍ଷା ପରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି । ମାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ବିଶେଷଙ୍କର ଷଷ୍ଠ ଓ ସପ୍ତମ ଦିନରେ ପୁଣି କରୋନା ପରୀକ୍ଷା କରାଯିବ ବୋଲି ବିସିସିଆଇ କହିଛି ।

Get real time updates directly on you device, subscribe now.